Hot Posts

6/recent/ticker-posts

ଦାଦନ ହେଇ ଯାଇଥିଲେ, ଶବ ହୋଇ ଫେରିଲେ ଝାରବନ୍ଧ ଗାଁ ର ଜଣେ ଯୁବକ

ଝାରବନ୍ଧ, ୧୭ / ୦୮ ( ଗୌରି ଶଙ୍କର ପଞ୍ଚଭାୟା ) : ଆଉ କେତେ ଦିନ ଏମିତି ଘଟଣା ଦେଖିବା ସୁଣିବା, ଓଡ଼ିଶା ସରକାର ଦାଦନ ଶ୍ରମିକ ମାନଙ୍କ ପାଇଁ ବଡ଼ ପଦକ୍ଷେପ କେବେ ନେବେ, ବାରମ୍ବାର ଏମିତି ସବ ହୋଇ ଫେରିବା ଖବର ସାମ୍ନା କୁ ଆସୁଛି ,କେମିତି ଆଜି ଏଇ ଓଡ଼ିଶା ର ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଝାରବନ୍ଧ ଗ୍ରାମର ଲାଲୁ ବାଗ ପିତା ନେହେରୁ ବାଗ ବୟସ ପାଖାପାଖି ୨୨ ବର୍ଷ।ସେ ପରିବାରର ଅଭାବ ଅନାଟନ ଦୂର କରିବା ପାଇଁ ଦାଦନ ଖଟିବାକୁ ସୁଦୂର ଦିଲ୍ଲୀ ଯାଇଥିଲେ। ସେଠାରୁ ଘରକୁ ଫେରୁଥିବା ସମୟ ରେ ହଠାତ ମଧ୍ୟପ୍ରଦେଶର ଭୋପାଳ ଠାରେ ଅସୁସ୍ଥ ହୋଇଯାଇଥିଲେ। ତାଙ୍କ ସାଙ୍ଗରେ ଗାଁର ପିଲାମାନେ ସୂର୍ଯ୍ୟ ସାହୁ, ଜାଗେ ମାହାର,ତରଣୀ ସେଠ, ରୋହିତ ଭୋଇ ଥିଲେ ।ତାଙ୍କୁ ଅସୁସ୍ଥ ହେବା ଜାଣି ରେଳବାଇ ପୋଲିସ ଙ୍କ ସାହାଯ୍ୟ ରେ ଭୋପାଳର ଏକ ସରକାରୀ ହସ୍ପିଟାଲ ରେ ଭର୍ତ୍ତି କରାଇଥିଲେ।ଏହାପରେ ଏକ ଗାଡ଼ି ସହାୟତା ରେ ନିଜ ଗାଁ ଝାରବନ୍ଧ କୁ ଆଜି ସକାଳେ ୧୬ ତାରିଖ ୭-ଟା ସମୟ ପାଖାପାଖି ରେ ଅଣାଯାଇଥିଲା ।