ଝରିଗାଁରେ ଜନ୍ମାଷ୍ଟମୀର ଧମାଲ — ରାଧାକୃଷ୍ଣ ବେଶରେ ଶୋଭାଯାତ୍ରା, ଦହି ହାଣ୍ଡି ଭଙ୍ଗାରେ ଲୋକଙ୍କ ଉତ୍ସାହ
ଝରିଗାଁ, ୧୭ / ୦୮ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ସ୍ଥାନୀୟ ସ୍ଵାରାଜ ବିଦ୍ୟାପୀଠ ପକ୍ଷରୁ ଜନ୍ମାଷ୍ଟମୀ ବହୁ ଆଡମ୍ବରରେ ପାଳିତ ହୋଇ ଯାଇଛି। ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜନ୍ମାଷ୍ଟମୀ ଉପଲକ୍ଷେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଶୋଭାଯାତ୍ରାରେ ଛାତ୍ରଛାତ୍ରୀ ମାନେ ରାଧାକୃଷ୍ଣ ବେଶରେ ସଜେଇ ହୋଇ ନଗର ପରିକ୍ରମା କରିଥିଲେ। ଅଭିଭାବକ ମାନେ ନିଜ ନିଜ ଘରେ ପୂଜାର୍ଚ୍ଚନା କରି । ପରେ ଝରିଗାଁ ବସଷ୍ଟାଣ୍ଡ ଠାରେ ରାଧାକୃଷ୍ଣଙ୍କ ନୃତ୍ୟ ପରିବେଷଣ ହୋଇଥିଲା ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ . ଉର୍ମିଳା ସାହୁ, ପୁଷ୍ପୀଞଳି ବେହେରା, ସମ୍ମିତା ସାନ୍ତା, ବାସନ୍ତୀ ଉଳ୍ଳାକା ସୁମିତ୍ରା ସାନ୍ତା, ଗାୟତ୍ରୀ ପୂଜାରୀ, ଅନିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଥିଲା ପାରମ୍ପରିକ ରୀତିନିତି ଅନୁଯାୟୀ ପୂଜାର୍ଚ୍ଚନା ହେବ ପରେ ଏକ ବିରାଟ ଶୋଭାଯାତ୍ରାରେ ଅନୁଷ୍ଠିତ ହୋଇଥିଲା । ସେହି ପରି ସଦ୍ଧ୍ଯ ସମୟରେ ଦହି ହାଣ୍ଡି ଭଙ୍ଗା ଆୟାଜନ ହୋଇଥିଲା । ଏଥିରେ ତିନି ଦଳ ଭାଗ ନେଇଥିବା ବେଳେ ବାଞ୍ଜିଆମ୍ବା ଦଳ ଦହି ହାଣ୍ଡୀ ଭାଙ୍ଗିବାରେ ସଫଳ ହୋଇଥିଲେ ଦହି ହାଣ୍ଡି ଭଙ୍ଗା ଦେଖିବା ପାଇଁ ଆଖପାଖ ପାଖ ଅଞ୍ଚଳର ଲୋକଙ୍କ ପ୍ରବଳ ଭିଡ଼ ହୋଇଥିଲେ।