Hot Posts

6/recent/ticker-posts

ଫୁଲବାଣୀ ବିଧାୟକଙ୍କ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ

ଫୁଲବାଣୀ, ୨୦/୮(ଅଚ୍ୟୁତ ଜାନୀ ଙ୍କ ରିପୋର୍ଟ ) : କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ଥିବା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲିକ । କନ୍ଧମାଳ ଜିଲ୍ଲାର ଫୁଲବାଣୀ ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ନିର୍ବାଚିତ ହେବାପରେ ଶ୍ରୀଯୁକ୍ତ ଉମାଚରଣ ମଲିକ ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ ପାଇଁ ବ୍ଲକ ଓ ପଞ୍ଚାୟତକୁ ଯାଇ ସରପଞ୍ଚ, ବିଡ଼ିଓ ମାନଙ୍କ ସହିତ ଆଲୋଚନା କରି ଆସୁଥିବା ବେଳେ ମଙ୍ଗଳ ବାର ଦିନ ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ଅଧ୍ୟାପକ ମାନଙ୍କ ସହ ଆଲୋଚନା କରି ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢି ଭବିଷ୍ୟତରେ କିପରି ଭଲ ମଣିଷ ହୋଇପାରିବେ ସେ ବିଷୟରେ କିଛି ଦିଗଦର୍ଶନ ଦେବା ସହ ବିଦ୍ୟାଳୟର ବିଭିନ୍ନ ଭିତ୍ତିଭୂମି ଦେଖିଥିଲେ ।