Hot Posts

6/recent/ticker-posts

ସାମ୍ବିଧାନିକ ଅଧିକାର ଶିକ୍ଷା କର୍ମଶାଳା

କୋରାପୁଟ, ୨୦ / ୦୮ ( ମନୋଜ ସୁନା ) : ଅନୁସୂଚିତ ଜାତି ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟ ରେ ଛାତ୍ରୀନିବାସ ର ଅନ୍ତେବାସୀ ମାନଙ୍କ ଦେଖାଶୁଣା କରୁଥିବା ମାଟ୍ରନ ମାନଙ୍କୁ ସାମ୍ବିଧାନିକ ଅଧିକାର ଶିକ୍ଷା ବିଷୟରେ ଶିକ୍ଷାଦେବା ନିମନ୍ତେ ଜିଲ୍ଲା ପ୍ରଶାସନ ପରାମର୍ଶ ଓ ନିର୍ଦ୍ଧେଶ ରେ ମାନବାଧିକାର ଶିକ୍ଷାନୁଷ୍ଠାନ (ଆଇ ଏଚ ଆର ଇ ) ଦ୍ୱାରା ଦିନିକିଆ କର୍ମଶାଳା ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି l ଶ୍ରୀ ପ୍ରଦୀପ୍ତ ନାୟକ ମୁଖ୍ୟ ପ୍ରଶିକ୍ଷକ କୋରାପୁଟ ଜିଲ୍ଲାର 60 ଟି ଆବାସିକ ବିଦ୍ୟାଳୟ ରୁ 60 ଜଣ ମାଟ୍ରନ ଙ୍କୁ ସାମ୍ବିଧାନିକ ଅଧିକାର ଶିକ୍ଷା ଏବଂ ଶିଶୁ ଅଧିକାର, ଶିଶୁ ସୁରକ୍ଷା, କନ୍ୟା ଭୃଣ ହତ୍ୟା, ଶିଶୁ ଯୌନ ନିର୍ଯାତନା ବନ୍ଦ କରବା, ମାନବିକ ଅଧିକାର ଇତ୍ୟାଦି ବିଷୟରେ ଶିକ୍ଷା ଦେଇଥିଲେ l ସମସ୍ତଙ୍କୁ ଭାରତ ସମ୍ବିଧାନ ରେ ଥିବା ବିଭିନ୍ନ ଅଧିକାର ରଚିତ ପାଠ୍ୟ ପୁସ୍ତକ, ପୋଷ୍ଟର ଯୋଗାଇ ଦିଆଯାଇଛି l ସେମାନେ ବିଦ୍ୟାଳୟ ରେ ଛାତ୍ରୀ ଏବଂ ଛାତ୍ର ନିବାସରେ ପ୍ରଧାନ ଶିକ୍ଷକ ଙ୍କ ସହିତ ଆଲୋଚନା କରି ଏକ ସମୟ ନିର୍ଘଣ୍ଟ କରି ପିଲାମାନଙ୍କୁ ଶିକ୍ଷଦେବେ l ଏହା ଦ୍ୱାରା ଛାତ୍ର ଜୀବନରୁ ପିଲାମାନେ ସେମାନଙ୍କ ଅଧିକାର ଓ କର୍ତବ୍ୟ ଶିକ୍ଷି କାର୍ଯ୍ୟରେ ଲଗାଇବେ l ବିଦ୍ୟାଳୟ ସ୍ତରରେ ହେଉଥିବା ଶିଶୁ ନିର୍ଯାତନା, ସମାଜରେ ହେଉଥିବା ବନ୍ଦ ହୋଇ ପାରିବ l ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ରବିନାରାୟଣ ପଣ୍ଡା, ଗାୟତ୍ରୀ ମିଶ୍ର ଶିକ୍ଷା ପ୍ରଦାନ କରିଥିଲେ l ଏହି କର୍ମଶାଳା କୁ ଆୟୋଜନ ଓ ପରିଚାଳନା କରିଥିଲେ ଶ୍ରୀ ପ୍ରଦୀପ ଖୋସଲା l