କଳାକାର ଧର୍ମ ରଣା ଙ୍କ ପରଲୋକ
କର୍ଲାମୁଣ୍ଡା, ୨୦/୦୮ ( ସୁଶାନ୍ତ ରଣା ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ଧର୍ମ ରଣା (୭୦)ଙ୍କର ମଙ୍ଗଳ ବାର ପରଲୋକ ହୋଇ ଯାଇଛି I ତାଙ୍କରି ବିୟୋଗ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ତାଙ୍କର ଏକ ମାତ୍ର ପୁତ୍ର ଡମ୍ବରୁ ରଣା ମୁଖାଗ୍ନୀ ଦେଇଥିଲେ I ସ୍ବର୍ଗତ ଧର୍ମ ରଣା ଜଣେ ଗ୍ରାମର ପରୋପକାରୀ ତଥା ଉଚ୍ଚ କୋଟିର କଳାକାର ଥିଲେ l ବିରାଟ ପର୍ବ ଓ ପରେ ମହାଭାରତ ଗୀତିନାଟ୍ୟ ରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରି ଆସୁଥିଲେ I ତାଙ୍କରି ବିୟୋଗରେ ତେରେସିଂହା ଗ୍ରାମର ମାଁ ମାଣିକେଶ୍ବରୀ ଯୁବ କଳା ସାଂସ୍କୃତିକ ଅନୁଷ୍ଠାନ, ରାଧାବଲ୍ଳଭ ନାଟ୍ୟ ସଂସଦ, ଗ୍ରାମର ବିଭିନ୍ନ ଅନୁଷ୍ଠାନ, ପେନସନ ଭୋଗୀ କଳାକାର ସଂଘ ତଥା ଅଂଚଳର ଅନେକ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି I