ବକଡ଼ାବେଡ଼ା ସ୍ଥିତ ତ୍ରିନାଥ ମଣ୍ଡପ ଠାରେ ଗଣେଶ ଚତୁର୍ଥୀ
ଝରିଗାଁ (ନକୁଳ ଭତ୍ରା) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ବକଡ଼ାବେଡ଼ା ସ୍ଥିତ ତ୍ରିନାଥ ମଣ୍ଡପ ଠାରେ ଭିମା କ୍ଲୋଭ ତରଫରୁ ପ୍ରତିବର୍ଷ ବୋଲି ଏବର୍ଷ ମଧ୍ୟ ଆନନ୍ଦ ଉଳ୍ଳାସର ସହିତ ଗଣେଶ ଚତୁର୍ଥୀ ଧୂମ ଧାମରେ ପାଳିତ ହୋଇ ଯାଇଛି। ଶ୍ରୀ ଭିମା କ୍ଲୋଭ ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ଗଣେଶ ପୂଜାରେ ଉପସଭାପତି । ଦେବେନ୍ଦ୍ର ଭାତ୍ରା , କର୍ତ୍ତା ଦାୟିତ୍ୱରେ ବିକାଶ ମାଝୀ, ଦୁର୍ଲ୍ଲଭ ଭତ୍ରା ରହିଥିଲେ। କମିଟିର ନେତୃତ୍ଵରେ ଅର୍ଣ୍ଣ ଭୋଗର ବ୍ୟବସ୍ଥା କରା ଯାଇଥିଲା। ଗ୍ରାମ ର ଛଟ ରୁ ବଡ ଏବଂ ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ରହି ଅର୍ଣ୍ଣ ଭୋଗ ଦେବାରେ ସହଯୋଗ କରିଥିଲେ। ଏଥିରେ ଭିମା କମିଟିର ସଦସ୍ୟ ମାନେ ମୂଖ୍ୟ ଭୂମିକା ନିର୍ବାହ କରିଥିଲେ।