ତେରେସିଂହାରେ ୭୯ତମ ସ୍ୱାଧୀନତା ଦିବସ
କର୍ଲାମୁଣ୍ଡା, ୧୫/୦୮ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ଅନ୍ତର୍ଗତ ତେରେସିଂହା ଗ୍ରା.ପ. ଠାରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି I ଏଥିରେ ସରପଞ୍ଚ ପ୍ରମୋଦ ସୁନା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ I ଏହି ଅବସରରେ ପିଇଓ ସୁବାଷ ସାହୁ, ନାଏବ ସରପଞ୍ଚ ବନିତା ରଣା, ସମସ୍ତ ୱାର୍ଡ ସଭ୍ୟସଭ୍ୟା, ସମସ୍ତ କର୍ମଚାରୀ, ସିଆରପି, ଇସି ମେମ୍ବର, ସମାଜସେବୀ ଓ ଜନସାଧାରଣ ଯୋଗ ଦେଇଥିଲେ I ସେହିପରି ତେରେସିଂହା ଗ୍ରା.ପ.ର ବିଭିନ୍ନ ସ୍କୁଲ କଲେଜ, ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ କେନ୍ଦ୍ର, ଅଙ୍ଗନବାଡି ଓ ସଂଘ ମାନଙ୍କରେ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି I