Hot Posts

6/recent/ticker-posts

ଚାଟିଗୁଡ଼ା ପଞ୍ଚାୟତରେ ୭୯ ତମ ସ୍ଵାଧୀନତା ଦିବସ ପାଳନ

ଝରିଗାଁ, ୧୫ / ୦୮(ପର୍ଶୁରାମ ନାୟକ) : ଚାଟିଗୁଡ଼ା ଗ୍ରାମପଞ୍ଚାୟତରେ ଆଜି ସୁପ୍ରଭାତ ୮.00 ଘଣ୍ଟିକା ସମୟରେ ଉତ୍ସାହର ସହିତ ୭୯ ତମ ସ୍ଵାଧୀନତା ଦିବସ ପାଳନ ହେଲା। ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଗୋପବାଳି ପୂଜାରୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ପତାକାକୁ ସଲାମ ଦେଇ ସମସ୍ତଙ୍କ ସହିତ ଜାତୀୟ ସଙ୍ଗୀତ ଗାୟନ କଲେ। ସ୍ବାଧୀନତା ସଂଗ୍ରାମୀ ମାନଙ୍କ ତ୍ୟାଗ, ସମର୍ପଣ ଓ ସେବାକୁ ସ୍ମରଣ କରି ସ୍ମୃତି ଚାରଣ କରିଥିଲେ। ଏହି ଜାତୀୟ ଦିବସ ପାଳନ ଅବସରରେ ସରପଞ୍ଚ ଶ୍ରୀମତୀ ଗୋପବାଳି ପୂଜାରୀ,ନାଏବ ସରପଞ୍ଚ ଗୋବର୍ଦ୍ଧନ ସମରଥ, ସମିତି ସଭ୍ୟ ଶ୍ରୀମତୀ କୁସୁମା ଭତ୍ରା,କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମନୁରାମ ଭତରା, ଜିଆରଏସ୍ ଶ୍ରୀ କୃପାସିନ୍ଧୁ ନାୟକ,ଯୋଗାଣ ସହାୟକ ଶ୍ରୀ ମଦନ ଭତ୍ରା,ସମସ୍ତ ୱ।ର୍ଡର ୱlର୍ଡମେମ୍ବର,ସମସ୍ତ କର୍ମଚାରୀ, ସିଆରପି,ସ୍ବାସ୍ଥ୍ୟ କର୍ମୀ, ସମାଜସେବୀ, ଆଶା କର୍ମୀ, ବୁଦ୍ଧିଜୀବି ,ଜନସାଧାରଣ ପ୍ରମୁଖ ଯୋଗ ଦେଇଥିଲେ।