ସ୍ୱର୍ଗୀୟ ରାଜୀବ ଗାନ୍ଧୀଙ୍କ ୮୧ତମ ଜନ୍ମ ଦିବସ ପାଳନ।
ଜୟପୁର,୨୦।୮ ( ଏ. ଭେଙ୍କଟ ରାଓ ) : ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଜୟପୁର ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୮୧ ତମ ଜନ୍ମ ଦିବସ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସମ୍ପ୍ରଦାୟର ସଭାପତି ହାସନ ମାଦାନି, କୋରାପୁଟ ସାଂସଦ ପ୍ରତିନିଧି କୃଷ୍ଣ ଚନ୍ଦ୍ର ନେପାକ, ପୂର୍ବତନ ଟାଉନ କଂଗ୍ରେସ ସଭାପତି କାନ୍ତ ପାଢି, ରାମ ନାୟକ ପ୍ରମୁଖ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଦେଇ ସ୍ମୁତିଚାରଣ କରିଥିଲେ।