Hot Posts

6/recent/ticker-posts

ଆଞ୍ଚଳିକ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ରେ କ୍ୟାରିୟର କାଉସିଲିଙ୍ଗ ଓ ବିତ୍ତିୟ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଚକାପାଦ, ୦୧ / ୦୮ ( ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ) :  ଶଙ୍କରାଖୋଲ ଠାରେ ଥିବା ଆଞ୍ଚଳିକ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ରେ ଏକ କ୍ୟାରିୟର କାଉନସିଲିଙ୍ଗ ଓ ବିତ୍ତିୟ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନ ଙ୍କ ପୌରହିତ୍ୟରେ ଆୟୋଜିତ ହୋଇଯାଇଛି ! ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଶଙ୍କରାଖୋଲ ଷ୍ଟେଟ ବ୍ୟାଙ୍କ ର ପରିଚାଳକ ଶ୍ରୀ ଲିପୁନ ବେହେରା ଯୋଗଦେଇଥିଲେ ! ସେ ବ୍ୟାଙ୍କିକ ବିଷୟରେ କ୍ୟାରିୟର କିପରି କରାଯିବ ସେଥି ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ ! ଏହା ସହିତ ଵ୍ୟାଙ୍କ ର ବିଭିନ୍ନ ପଦବୀ ନିମନ୍ତେ ଆବେଦନ ପାଇଁ ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା, ପରୀକ୍ଷା ପ୍ରଣାଳୀ ଓ ପ୍ରସ୍ତୁତି ସମ୍ବଦ୍ଧରେ ସୂଚନା ଦେଇଥିଲେ ! ଏଥିରେ ଵ୍ୟାଙ୍କ ର କର୍ମଚାରୀ ଶ୍ରୀ ଲଷ୍ମୀକାନ୍ତ ମଲ୍ଲିକ,ହରିଶ ମଲ୍ଲିକ, ଦିଲ୍ଲୀପ ପାତ୍ର,ସହଯୋଗ କରିଥିଲେ , FLC ସେ ଵ୍ୟାଙ୍କ ର ବିଭିନ୍ନ ଯୋଜନା ବାବଦରେ ସୂଚନା ଦେବା ସହ ସାଇବର ଠକେଇ ସମ୍ବଦ୍ଧରେ ସଚେତନ କରିଥିଲେ ! ଏହି କାର୍ଯ୍ୟକ୍ରମ ରେ ବହୁ ଛାତ୍ରଛାତ୍ରୀ ଯୋଗଦେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ କୁ ପରିଦର୍ଶନ ରେ ଚକାପାଦ ବିଡ଼ିଓ ହୃଦରଞ୍ଜନ ସାହୁ, ଏପିଓ ଶ୍ରୀ ମତୀ ନବନିତା ତ୍ରିପାଠୀ, ସହକାରୀ ଯନ୍ତ୍ରୀ ଶ୍ରୀ ଦେବୀପ୍ରସନ ରାଉତ ଏବଂ ସ୍ଥାନୀୟ ସରପଞ୍ଚ ଜାନକୀ ପ୍ରଧାନ ଉପସ୍ଥିତ ରହିଥିଲେ !ଅଧ୍ୟାପକ ରାମକୃଷ୍ଣ ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡ଼ଃ ବାବୁଲା ପଟ୍ଟଯୋଶୀ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !