ମାନସିକ ରୋଗ ନିରୂପଣ ଓ ଚିକିତ୍ସା ଶିବିର ଅନୁଷ୍ଠିତ।
କଳାହାଣ୍ଡି, ୦୮ / ୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କୋକସରା ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଆମପାଣି ପି ଏଚ ସି ରେ ମଙ୍ଗଳବାର ମାନସିକ ରୋଗ ନିରୂପଣ ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବର ରେ ସହକାରୀ ପ୍ରଫେସର ମାନସିକ ବିଶେଷଜ୍ଞ ଡ଼. ଅନନ୍ତ ଚରଣ ମେହେର,ଡିପିଏଚଓ ଡ଼. ରାକେଶ କୁମାର ସାହୁ, ମାନସିକ ରୋଗ ସମାଜସେବି ଅନୟାତ ମହମ୍ମଦ, ମାନସିକ ରୋଗ ସେବିକା ରୋଜାଳିନ ମଲ୍ଲିକ,ପିଏଚଇଓ ଶର୍ମିଳା ଛାତ୍ରୀଆ ପ୍ରମୁଖ ଉପସ୍ଥିତ ରହି ଶିବର କୁ ଆସିଥିବା ମାନସିକ ରୋଗୀ ଙ୍କ ରୋଗ ନିରୂପଣ ସହ ଆବଶ୍ୟକ ରୋଗୀ ଙ୍କୁ ଚିକିତ୍ସା ଓ ଔଷଧ ଦେବାସହ ସେମାନଙ୍କୁ ରୋଗ ନିରାକରଣ ନେଇ ଉପଯୁକ୍ତ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ରେ ରୋଗୀ ରେଜିଷ୍ଟ୍ରେସନ ରେ ରଜନୀ ଚଳାନ,ଆମପାଣି ପିଏଚସି ଫାର୍ମାସିଷ୍ଟ ସ୍ୱପ୍ନନ୍ଦୁ ମୁଣ୍ଡ, ପୁରୁଷ ସ୍ୱାସ୍ଥ୍ୟ କର୍ମି କ୍ଷୀରୋଦ ବାଗ ସମେତ ଆଶା କର୍ମି ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ