Hot Posts

6/recent/ticker-posts

କୋଟପାଡ଼ ମିରିଗାନ ବସ୍ତ୍ର କୁ ନେଇ ବର୍ଣ୍ଣିକା ସିଲେଇ କେନ୍ଦ୍ର ଆରମ୍ଭ।

ଜୟପୁର,୭।୮ ( ନରସିଂହ ଚୌଧୁରୀ ) : ଜୟପୁର ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ଶକ୍ତି ମହାପାତ୍ରଙ୍କ ଅଭିନିବ ପଦଖେପ ଯୋଗୁଁ ସାରା ରାଜ୍ୟରେ ଆଦୃତ ହୋଇଥିବା କୋଟପାଡ଼ ଅଞ୍ଚଳର ପାରମ୍ପରିକ ହସ୍ତତନ୍ତୁ ମିରିଗାନ ବସ୍ତ୍ରର ୧୯ ପ୍ରକାର ସାମଗ୍ରି ପ୍ରସ୍ତୁତି କରିବାକୁ ନେଇ ଏକ ପ୍ରସିକ୍ଷଣ ଏବଂ ବିକ୍ରୟ କେନ୍ଦ୍ର ଜୟପୁର ବ୍ଲକ ଅଫିସ ପରିସରରେ ଥିବା ସିଲେଇ ଟ୍ରେନିଂ ସେଣ୍ଟର ଠାରେ ଆରମ୍ଭ କରାଯାଇଛି।


 ଏହି କେନ୍ଦ୍ରକୁ ବ୍ଲକ ଅଧ୍ୟକ୍ଷା ତିଳତୋମା ମୁଦୁଲି, ଉପାଧ୍ୟକ୍ଷ ଗଣେଶ ପାଢି,କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଉପ ଜିଲ୍ଲାପାଳ ଏ ସଷ୍ୟା ରେଡ୍ଡୀ, ଗୋଷ୍ଟି ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ରଙ୍କ ସହ ସମସ୍ତ ସମିତି ସଭ୍ୟ ଏବଂ ସରପଞ୍ଚ ମାନଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ। ଏହି ପ୍ରଶିକ୍ଷଣ କେନ୍ଦ୍ରରେ କ୍ରମଶ ଥରକୁ ୪୫ ଜଣ ପ୍ରଶିକ୍ଷାର୍ଥୀ ପ୍ରସିକ୍ଷଣ ନେଇପାରିବେ ଏହାର ପ୍ରଚାର ପ୍ରସାର ଏବଂ ବିକ୍ରୀ ନିମନ୍ତେ ସହର ମଧ୍ୟରେ ଗୋଟିଏ ଦୋକାନ ଗୃହ ଆରମ୍ଭ କରିବାକୁ ଯୋଜନା ରହିଥିବା ଗୋଷ୍ଟି ଉନ୍ନୟନ ଅଧିକାରୀ ସୂଚନା ଦେଇଛନ୍ତି।