ଡାବୁଗାଁ ବ୍ଳକରେ ଧାନ ବିକ୍ରି ପାଇଁ ସଚେତନତା ରଥର ଉଦଘାଟନ
ଡାବୁଗାଁ, ୦୮ / ୦୮ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ କାର୍ଯ୍ୟାଳୟ ପରିସରରେ ଧାନ ବିକ୍ରି ପାଇ ଏକ ସଚେତନତା ରଥ ଉଦଘାଟିତ ହୋଇଯାଇଛି। ଏଥିରେ ବିଡିଓ ଶରତ ମାଝୀ ସଚେତନତା ରଥକୁ ଉଦଘାଟନ କରିଥିଲେ । ଖରିଫ (୨୦୭୫-୨୬) ବର୍ଷର ଚାଷୀ ମାନେ ନିଜ ଜମିରେ ଚାଷ କରି ଧାନକୁ ଉଚିତ ମୂଲ୍ୟରେ ଧାନ ମଣ୍ଡିରେ ଧାନ ସରକାରଙ୍କୁ ବିକ୍ରି କରି ପାରିବେ ସେ ନେଇ ଚାଷୀମାନେ କିପରି ପଞ୍ଜୀକରଣ କରିବେ । କେଉଁଠାରେ ପଞ୍ଜୀକରଣ କରିବେ ଓ ବ୍ଳକର ସମସ୍ତ ଚାଷୀ ମାନେ ଶୀଘ୍ର ପଞ୍ଜିକରଣ କରିବାପାଇଁ ଏହି ସଚେତନତା ରଥ ବ୍ଳକର ସମସ୍ତ ପଞ୍ଚାୟତ ଓ ଗ୍ରାମରେ ବୁଲି ଡାକ ବାଜି ଜନ୍ତ୍ର ସାହାଯ୍ୟରେ ଚାଷୀମାନଙ୍କୁ ସଚେତନ କରିବ । ଏହି ରଥ ଉଦଘାଟନ ସମୟରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଉଳ୍ଳା, ଯୋଗାଣ ନିରିକ୍ଷକ ସିପ୍ରା , ସାମଳ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏଡି ପ୍ରସାଦ, ସେକସନ ଅଫିସର ମନମୋହୀନି ହାଲଦାର, କନିଷ୍ଠ କିରାଣୀ ଶେଫାଳି ଦେ . ପେସା ସଂଯୋଜକ ଶୁଭଶ୍ରୀ ମହାକୁଡ଼ ସାମୁଏଲ ସାଧୁ ଓ ଚାଷୀ ମାନେ ଉପସ୍ଥିତ ଥିଲେ