Hot Posts

6/recent/ticker-posts

ଝରିଗାଁରେ ଅବକାରୀ ବିଭାଗର ଚଡାଉ, ୧୭ କ୍ୱିଣ୍ଟାଲ ମହୁଳ ଜବତ ସହ ଜଣେ ବ୍ୟବସାୟୀ ଙ୍କୁ କୋର୍ଟ ଚାଲାଣ

ଝରିଗାଁ ୧୭ / ୦୮ ( ନକୁଳ ଭତ୍ରା ) : ନବରଙ୍ଗପୁର ଝରିଗାଁ ବ୍ଲକ୍ ସହୋଦର ମହକୁମାର ବିଭିନ୍ନ ସ୍ଥାନରେ ଚୋରା ମହୁଳ ବେପାର ଚାଲିଥିବା ବେଳେ ଝରିଗାଁ ଉମରକୋଟ ମୁଖ୍ୟ ରାସ୍ତାର ନୂତନ କଲ୍ୟାଣ ମଣ୍ଡପ ସମ୍ମୁଖ ଦୋକାନ ଗୃହରେ ଅବକାରୀ ବିଭାଗ ପକ୍ଷରୁ ଚଡାଉ କରି ୧୭ କ୍ଵିଣ୍ଟାଲ ୨ କେଜି ମହୁଳ ଜବତ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଶନିବାର ସକାଳ ୧୧ଘଣ୍ଟା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ପ୍ରତାପ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଉମରକୋଟ ଅବକାରୀ ବିଭାଗର ଇନ୍ସପେକ୍ଟର ରଞୁଳତା ବାରିକଙ୍କ ନେତୃତ୍ଵରେ ଅବକାରୀ ଟିମ ଦୋକାନ ଗୃହରେ ପହଞ୍ଚି ଚଡାଉ କରି ମହୁଳ ଜବତ କରିଛି । ଏହି ମାମଲାରେ ମୋହନ ରାଓଙ୍କ ପୁଅ ଯୁବ ବ୍ୟବସାୟୀ ରବି ତେଜାଙ୍କ ଅଭିଯୁକ୍ତ ଭାବେ କୋର୍ଟ ଚାଲାଣ କରାଯାଇଥିବା I ସୂଚନା ମିଳିଛି । ଏହି ଚଡାଉ ବେଳେ ଅବକାରୀ ବିଭାଗର ଅଧିକାରୀ କନେଷ୍ଟବଳ ସୁବାଷ ଗୌଡ଼ , ସତର ଗଣ୍ଡ , ଟୁକୁ ଦଲାଇ, ଜୋସନା ହରିଜନ ।ପ୍ରମୁଖ ସାମିଲ ହୋଇଥିଲେ।