Hot Posts

6/recent/ticker-posts

ଭବାନୀପାଟଣାରେ ବିଶ୍ୱ ହିନ୍ଦୁ ପରିଷଦ କଳାହାଣ୍ଡି ଜିଲ୍ଲା ବୈଠକ ଅନୁଷ୍ଠିତ

ଭବାନୀପାଟଣା , ୧୧ / ୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ସୋମବାର ଦିନ ସକାଳ ୧୦:୩୦ ରେ ବିଶ୍ୱ ହିନ୍ଦୁ ପରିଷଦ, କଳାହାଣ୍ଡି ଜିଲ୍ଲାର ଜିଲ୍ଲା ବୈଠକ ଭବାନୀପାଟଣା ସ୍ଥିତ ରାଧାକୃଷ୍ଣ ମନ୍ଦିରର ପୁରୁଣାପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବିଶ୍ୱ ହିନ୍ଦୁ ପରିଷଦ, ଓଡ଼ିଶା ପଶ୍ଚିମ ପ୍ରାନ୍ତର ଉପ-ସଭାପତି ଶ୍ରୀ ଭକ୍ତ ଚରଣ ସାହୁ, ଜିଲ୍ଲା ସଭାପତି ଶ୍ରୀ ଶାନ୍ତନୁ ମୁଣ୍ଡ, ଜିଲ୍ଲା ସମ୍ପାଦକ ଶ୍ରୀ ସେବକରାମ ସାହୁ, ସମସ୍ତ ଜିଲ୍ଲା ଦାୟିତ୍ୱ କାର୍ଯ୍ୟକର୍ତ୍ତା, ସମସ୍ତ ପ୍ରଖଣ୍ଡ ଦାୟିତ୍ୱ କାର୍ଯ୍ୟକର୍ତ୍ତା, ତଥା ବଜରଙ୍ଗ ଦଳ ସଂଯୋଜକ ଶ୍ରୀ ରୋମାଞ୍ଚଳ ଯୋଶୀ ଏବଂ ଜିଲ୍ଲା ମିଳନ କେନ୍ଦ୍ର ପ୍ରମୁଖ ଶ୍ରୀ ଶ୍ରୀମନ୍ତ ପଟେଲ ଉପସ୍ଥିତ ଥିଲେ।ଏହି ବୈଠକରେ ବଜରଙ୍ଗ ଦଳର ନୂତନ ଦାୟିତ୍ୱ ସମସ୍ତଙ୍କ ଉପସ୍ଥିତିରେ ଘୋଷଣା କରାଯାଇଛି। ଭବାନୀପାଟଣା ନଗର ସହ-ସଂଯୋଜକ ଭାବେ ଶ୍ରୀ ପରିତୋଷ ବିଶୋଇ (ପୂର୍ବତନ ନଗର ସୁରକ୍ଷା ପ୍ରମୁଖ), ଭବାନୀପାଟଣା ସଦର ପ୍ରଖଣ୍ଡ ସଂଯୋଜକ ଭାବେ ଶ୍ରୀ ନୀଳେଶ ଚୌହାନ ଏବଂ ନର୍ଲା ପ୍ରଖଣ୍ଡର ସଂଯୋଜକ ଭାବେ ଶ୍ରୀ ମହାଦୀପ୍ତ ଭୋଇଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଆଶା କରୁଛୁ  ଯେ ସେମାନେ ନିଜ ଦାୟିତ୍ୱକୁ ସତ୍ୟନିଷ୍ଠା, ସମର୍ପଣ ଓ ଶକ୍ତି ସହିତ ପୂରଣ କରି ସଙ୍ଗଠନକୁ ଆହୁରି ସୁଦୃଢ଼ କରିବେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ