Hot Posts

6/recent/ticker-posts

ଝାରବନ୍ଧ ଗ୍ରାମପଞ୍ଚାୟତରେ ସିନାପାଲି ପଞ୍ଚାୟତ ସମିତି ତରଫରୁ ରକ୍ତଦାନ ଶିବିର

ସିନାପାଲି, ୧୧ / ୦୮  (ସୁରେଶ ମହାନନ୍ଦ ) : ପଞ୍ଚାୟତ ସମିତି ସିନାପାଲି ତରଫରୁ ଆଜି ଝାରବନ୍ଧ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରଟି ସ୍ଥାନୀୟ ସମାଜସେବୀ ସଂଗଠନ ଓ ରେଡ୍ କ୍ରସ୍ ସମିତିଙ୍କ ସହଯୋଗରେ ହୋଇଥିଲା। ଶିବିରରେ ଝାରବନ୍ଧ ଓ ଅନ୍ୟାନ୍ୟ ଗ୍ରାମରୁ ୨୦ ରୁ ଅଧିକ ସ୍ୱୟଂସେବୀ ରକ୍ତଦାନ କରିଥିଲେ। ରକ୍ତ ସଙ୍ଗ୍ରହ ପାଇଁ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲର ଡାକ୍ତରମାନେ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ନର୍ସିଂ ଅଫିସର ଡି. ସୁମନ ସୌରଭ, ବିଏମଏ ଭଲଭଦ୍ର ରଣା, ମେଡିକାଲ ଅଫିସର ଡା. ସାହିଲ ଜୋଶି, ସିଏଚଓ ସୁନିଲ କୁମାର ସା, ଏମପିଏଚଡବ୍ଲ୍ୟୁ (ପୁରୁଷ) ଧନେଶ୍ୱର ମେହେର ଓ ଆଶା କର୍ମୀ ସୁମିତ୍ରା ବାଘ ସମସ୍ତେ ଉପସ୍ଥିତ ଥିଲେ ଓ ଶିବିରକୁ ସଫଳ କରିଥିଲେ।
ଗ୍ରାମପଞ୍ଚାୟତ ସରପଞ୍ଚ ମହୋଦୟ ଶ୍ରୀଯୁକ୍ତ-ବେଣୁଧର ତାଣ୍ଡି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ ଓ ସମାଜରେ ରକ୍ତଦାନର ମାନବିକ ମୂଲ୍ୟ ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ, “ରକ୍ତଦାନ ଏକ ମହାନ ସେବା, ଯାହା ଦ୍ୱାରା ଅନେକ ଜୀବନକୁ ରକ୍ଷା କରାଯାଇପାରେ।”

ଶିବିରର ଶେଷରେ ସମସ୍ତ ରକ୍ତଦାନକାରୀଙ୍କୁ ସ୍ମୃତିଚିହ୍ନ ଓ ସର୍ଟିଫିକେଟ୍ ପ୍ରଦାନ କରାଗଲା। ପରିଶେଷରେ ଶ୍ରୀ-ରୋହିତାଶ୍ୱ ନାୟକ (ପଞ୍ଚାୟତ ନିର୍ବାହୀ ଅଧିକାରୀ ) ସମସ୍ତ ରକ୍ତ ଦାନକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।