କଳାହାଣ୍ଡି ଜିଲ୍ଲା ସ୍ତରୀୟ "ଜାତୀୟ କୃମି ନାଶକ ଦିବସ": ୬,୮୦, ୪୪୨ ମହିଳା ଏବଂ ଶିଶୁଙ୍କୁ ଦିଆଯିବ ଔଷଧ
କଳାହାଣ୍ଡି, ୧୨ / ୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ଅଗଷ୍ଟ ୧୨ ତାରିଖ ପାଳନ ହେବ 'ଜାତୀୟ କୃମି ନାଶକ ଦିବସ' । ରାଜ୍ୟରେ ୨୯ ପ୍ରତିଶତ ଶିଶୁ କୃମି ରୋଗରେ ଆକ୍ରାନ୍ତ । ଯାହାକୁ ନଜରରେ ରଖି କଳାହାଣ୍ଡି ଜିଲ୍ଲାର ୬, ୮୦, ୪୪୨ ମହିଳା ଏବଂ ଶିଶୁଙ୍କୁ ଦିଆଯିବ କୃମି ନାଶକ ଔଷଧ । ୧ ବର୍ଷରୁ ଆରମ୍ଭ କରି ୫ ବର୍ଷ ବୟସର ପିଲାମାନଙ୍କୁ ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ରରେ ଶିକ୍ଷକ, ଅଙ୍ଗନୱାଡି କର୍ମୀ ଏବଂ ଆଶା କର୍ମୀଙ୍କ ଦ୍ୱାରା ଆଲ୍ବେଣ୍ଡାଜୋଲ୍ ଯୋଗାଇ ଦିଆଯିବ । କୃମି ସଂକ୍ରମଣ ବିପଦକୁ ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କଳାହାଣ୍ଡି ଜିଲ୍ଲା ପକ୍ଷରୁ ୬, ୮୦, ୪୪୨ ମହିଳା ଓ ଶିଶୁଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ।
ତେବେ ଆସନ୍ତା ୧୨ ତାରିଖରେ କୃମି ନାଶକ ଔଷଧ ଦିଆଯିବ । ଯଦି ଏହି ଦିନରେ କୌଣସି ହିତାଧିକାରୀମାନେ ଔଷଧ ଖାଇନଥିବେ ତେବେ ୧୭ ରେ ଗୋଟିଏ ରାଉଣ୍ଡରେ ଏହି ଔଷଧ ଖାଇବାକୁ ଦିଆଯିବ । ଏହା ବ୍ୟତୀତ ରୁଟିନ୍ ଇମ୍ୟୁନାଇଜେସନ୍ ସାଇଟରେ ୯ ରୁ ୬୦ ମାସ ବୟସର ପିଲାମାନେ ଭିଟାମିନ୍-ଏ ପାଇବେ । ଏନେଇ କଳାହାଣ୍ଡି ଜିଲ୍ଲା ଏ ଡି ପି ଏଚ ଓ ଡକ୍ଟର ଦେବି ପ୍ରସାଦ ମହାପାତ୍ର କହିଛନ୍ତି , "ଏହି ସମୟରେ ୬ରୁ ୯ ବର୍ଷ ବୟସର ଶିଶୁ ଏବଂ ୨୦ ରୁ ୨୪ ବର୍ଷ ବୟସର ମହିଳାମାନଙ୍କୁ ଆଲବେଣ୍ଡାଜୋଲ୍ ଟାବଲେଟ୍ ଯୋଗାଇ ଦିଆଯିବ । ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ଶିକ୍ଷକ, ଅଙ୍ଗନୱାଡି ୱାର୍କର୍ସ ଏବଂ ଆଶାକର୍ମୀଙ୍କ ଦ୍ୱାରା ଆଲ୍ବେଣ୍ଡାଜୋଲ୍ ଯୋଗାଇ ଦିଆଯିବ। ଗତ ବର୍ଷ ୫, ୭୨, ୩୭୮ ରୋଗରେ ଆକ୍ରାନ୍ତ ଥିବାବେଳେ ୫, ୬୦, ୭୩୬ ଜଣକୁ କୃମି ନାଶକ ଔଷଧ ଦିଆଯାଇଥିଲା। କିନ୍ତୁ ଚଳନ୍ତି ବର୍ଷରେ ସତ ପ୍ରତିଶତ କୃମି ନାଶକ ଔଷଧ ଦେବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଔଷଧ ଏହି ଅଭିଯାନରେ ସମସ୍ତ ବେସରକାରୀ ବିଦ୍ୟାଳୟ, ଶିଶୁ ସୁରକ୍ଷା ଅନୁଷ୍ଠାନ ଏବଂ ଏକାଡେମିକ୍ ଅନୁଷ୍ଠାନ ଅନ୍ତର୍ଭୁକ୍ତ ହେବେ। କୃମିନାଶକ ଔଷଧ ପ୍ରଦାନ କରି ଆମେ କେବଳ ଅନ୍ତନଳୀ କ୍ଷତିକାରକ କୃମିର ପ୍ରଭାବକୁ ପ୍ରତିରୋଧ କରୁନାହୁଁ ବରଂ ସ୍ୱାସ୍ଥ୍ୟକର ଭବିଷ୍ୟତକୁ ମଧ୍ୟ ବୃଦ୍ଧି କରୁଛୁ ।" ଏହି ଅଭିଯାନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଏବଂ ୟୁନିସେଫର ଏକ ମିଳିତ ପ୍ରୟାସ। ଉକ୍ତ ସାମ୍ବାଦିକ ସମ୍ମିଳିନୀରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ହଳଧର ନିଆଲ, ଡି ଡି ଏମ ଅମୁଲ୍ୟ ଖମାରୀ, ଡିସ୍ଟିକ ଲଜିସ୍ଟିକ ମେନେଜର ଲୋକନାଥ ବେହେରା, IEC BCC ସୁଧାଂଶୁ ଶେଖର ଡିଗାଲ, ଡିପିଏଚସିଓ ଶ୍ରୀ ଧର୍ମେନ୍ଦ୍ର ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ