“ଆସ ସ୍କୁଲ ଯିବା” ଶ୍ଳୋଗାନ ସହ ଛାତ୍ରଛାତ୍ରୀଙ୍କ ଅନୁପ୍ରେରଣା ଯାତ୍ରା
ଡାବୁଗାଁ, ୦୮ / ୦୮ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦର ମହକୁମା ସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଚାଳ ସ୍କୁଲ ଯିବା ସଚେତନତା ଶୋବଯାତ୍ରା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟରେ ପହଞ୍ଚିଥିଲେ। ଏହି ଶୋଭାଯାତ୍ରାରେ ବିଭିନ୍ନ ସ୍ଳୋଗାନ ଯଥା :- ସ୍କୁଲ ଯିବା - ଆସ-ସ୍କୁଲରେ ଯାଇ ପାଠ ପଢିବା ଆମ ଭବିଷ୍ୟତ ଆମ ହାତେ - ସ୍କୁଳ ଯିବା ଆସ ଆମେ ସମସ୍ତେ ପଡ଼ିଥିଲେ ପାଠ_ଦୁଇ ଅକ୍ଷର ସବୁଠି ରହିବା ଆମ ଆଦର ଚାଲ ଆମେ ସବୁ ପଡିବା ପାଠ -ପାଠ ଦେଖାଇବ ଆଗକୁ ବାଟ ସରକାର ଙ୍କ ଏହି ଆହ୍ୱାନ _ଆସ ସ୍କୁଲ ଯିବା କରିବା ପଣ ବାପା ମାଆ ସବୁ କଥାଟି ଶୁଣ ବିଦ୍ୟାଳୟ କୁ ତୁମ ପିଲାଙ୍କୁ ଆଣ-ଶିକ୍ଷା ପାଇଁ ସଦା ହୁଅ ସଚେତନ ଜିରେ ଡ୍ରପଆଉଟ୍ ଆମରି ହାତେ - ପାଠ ପଢି ଯିବା ଆମେ .
ଜିରୋରୁ ଅଠର ପିଲା ସମସ୍ତେ .ପାଠ ପଡି ସବୁ ହେବ। ଶିକ୍ଷିତ ଓ ଆମ ବିଦ୍ୟାଳୟ ଆମରି ପାଇଁ ନାମ ଲେଖାଇବା ସମସ୍ତେ ଯାଇ - ଏହି ଭଲି ବିଭିନ୍ନ ସ୍ଳୋଗାନ ଦେଇ ଛାତ୍ର ଛାତ୍ରୀ ମାନେ ସଚେତନ କରିଥିଲେ। ଉକ୍ତ କାର୍ଯ୍ୟ କ୍ରମ ର ଲକ୍ଷ୍ୟ ହେଉଛି। ଜିରୋ ଡ୍ରପହାଉଟ ସବୁ ପିଲା କିପରି ସ୍କୁଲ ଆସିବେ ଓ ଡ୍ରପହାଉଟ ପିଲା ମଧ୍ୟ ବିଦ୍ୟାଳରେ ନାମ ଲେଖାଇ ପାଠ ପଡିବେ । ଏଥିରେ ବିଦ୍ୟାଳୟ ର ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ସନୌଜ କୁମାର ମହାପାତ୍ର , ଶିକ୍ଷୟତ୍ରୀ ମଧୁସ୍ମିତା ନାୟକ, ବର୍ଷା ରାଣୀ ରାଉତ ଶିକ୍ଷକ ହେମନ୍ତ କୁମାର ସାମଲ , ପ୍ରଫୁଲ୍ଲ ମେହେରା ଓ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।