ଝାରବନ୍ଧ ବ୍ଲକ ରେ ମରୁଡି ର ସଂକେତ
ଝାରବନ୍ଧ, ୦୯ / ୦୮ ( ଗୌରି ଶଙ୍କର ପଞ୍ଚଭାୟା ) : ଓଡ଼ିଶା ର ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ରେ ଯାହାସବୁ ଦେଖିବାକୁ ମିଲୁଅଛି ତାହା ଅତି ଚିନ୍ତା ଜନକ ପରିସ୍ଥିତି! ଝାରବନ୍ଧ ଅଞ୍ଚଳର ଅଧାରୁ ଅଧିକ ସ୍ଥାନରେ ମାଲ ଜମି ଓ ଆଟ ଜମି ର ହାଲତ ଖରାପ ହୋଇପଡିଥିବା ର ଦୃଶ୍ୟ ଚାଷୀଙ୍କ ପାଇଁ ଦୁଃଖ ର କାରଣ, ପ୍ରଥମେ ପ୍ରଥମେ ଆଷାଢ଼ ମାସର ଭଲ ବର୍ଷା କୁ ଦେଖି ଚାଷୀ ମାନେ ଅନେକ ପ୍ରକାରର ଆଶା ଓ ଭରସା ରଖି ଏଠୁ ସେଠୁ ଧାର କରଜ ଆଣି ଚାଷ କରିଥିଲେ କିନ୍ତୁ ତାଙ୍କର ଆଶା ଓ ଭରସା ବର୍ଷାର ବିନା ଆଜି ଅଧା ଅଧୁରା ହୋଇପଡିଛି, ଏ ଅଞ୍ଚଳର ସମସ୍ତେ ଚାଷୀ ଉପରକୁ ଅନାଇଁ ବସିଛନ୍ତି ଓ ପ୍ରଭୁଙ୍କୁ ଧ୍ୟାନ କରୁଅଛନ୍ତି ସାକାଳ ରୁ ସଞ୍ଜ ଜାଏ ସଞ୍ଜ ରୁ ସକାଳ ଜାଏ ହେ ପ୍ରଭୁ ଆମ୍ଭମାନଙ୍କର ଦୁଃଖ ଦୂର କରନ୍ତୁ ମରୁଡି ରୁ ରକ୍ଷା କରନ୍ତୁ।
ଝାରବନ୍ଧ ରୁ ଗୈାରୀଶଙ୍କ ପଞ୍ଚଭାୟା