ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭାଇ - ଭଉଣୀ ପ୍ରେମର ସୁଗନ୍ଧ: ଶହୀଦ ରାଜୀବ ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ସୁନାପୁରରେ ବିଶେଷ ଆୟୋଜନ
ସୁନାପୁର, ୦୮ / ୦୮ ( ମନୋଜ ସୁନା ) : ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଅବସରରେ ଆଜି ଶହୀଦ ରାଜୀବ ଗାନ୍ଧୀ ଉଚ୍ଚ ବିଦ୍ୟାଳୟ, ସୁନାପୁରରେ ଏକ ସ୍ନେହଭରା ଏବଂ ସହଚର୍ଯ୍ୟପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ଛାତ୍ରୀମାନେ ହଷ୍ଟେଲରେ ରହୁଥିବା ଅନ୍ତେବାସୀ ଛାତ୍ରମାନଙ୍କୁ ସ୍ନେହର ସୁତ୍ରରେ ବାନ୍ଧି, ତାଙ୍କ ହାତରେ ରାକ୍ଷୀ ପିନ୍ଧାଇଲେ। ଭାଇ-ଭଉଣୀ ପ୍ରେମର ଏହି ସୁନ୍ଦର ପରମ୍ପରାକୁ ମିଷ୍ଟିମୟ କରିବା ପାଇଁ, କାର୍ଯ୍ୟକ୍ରମ ପରେ ମିଠା ବଣ୍ଟନ କରାଗଲା ଓ ପାରମ୍ପରିକ ‘ଖିରି’ ଭୋଗ ସମସ୍ତଙ୍କୁ ପରିବେଶଣ କରାଯାଇଥିଲା। ଏହି ଅବସରରେ ଅନ୍ତେବାସୀ ଛାତ୍ରମାନେ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ଏବଂ ପରିବାରୀକ ସ୍ନେହର ଅନୁଭୂତି କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମାଜରେ ପ୍ରେମ, ସମ୍ପ୍ରତି ଓ ଭାଇଚାରାର ସନ୍ଦେଶ ପ୍ରଚାର କରିଲା।