ଶିକ୍ଷା ସଚେତନତାର ସନ୍ଦେଶ ସହ ବଡ଼ନେର୍କା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ
କୋରାପୁଟ, ୧୭ / ୦୮ ( ମୋନଜ ସୁନା ) : କୋରାପୁଟ ଜିଲ୍ଲା ଲଷ୍ମୀପୁର ବ୍ଲକ ଅନ୍ତର୍ଗତ ବଡ଼ନେର୍କା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି,ଏଥିରେ ବିଦ୍ୟାଳୟର ଶିକ୍ଷକ ଓ ସମସ୍ତ ଛାତ୍ର ଛାତ୍ରୀ ,ସେମାନଙ୍କ ଅଭିଭାବକ ତଥା ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ ଏହା ସହ ସ୍ଵେଚ୍ଛାସେବୀ ଅନୁଷ୍ଠାନ କୋରାପୁଟ ଚେରିଟେବୁଲ୍ ଟ୍ରଷ୍ଟ ର ନରେନ୍ଦ୍ର ଗରଡ଼ା ଓ ତାଙ୍କ ସହଯୋଗୀ ମାନେ ଉପସ୍ଥିତ ରହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢା ସାମଗ୍ରୀ ଖାତା,ପେନ୍,କମ୍ପାସ,ପେନ୍ସିଲ,ଇତ୍ୟାଦି ବଣ୍ଟନ କରି ଛାତ୍ର ,ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଶିଶୁ ଭବିଷ୍ୟତ ର ନାଗରିକ ,ତେଣୁ ଛାତ୍ର ଛାତ୍ରୀ ମାନଙ୍କୁ ଭଲରେ ପାଠ ପଢିବାକୁ ପରାମର୍ଶ ଦେଇ ଏହି ପଢ଼ା ସାମଗ୍ରୀ ପ୍ରଦାନ କରିଥିଲେ । ଏପ୍ରକାର ମହତ୍ କାର୍ଯ୍ୟ ଦେଖି ଗ୍ରାମବାସୀ ସ୍ବେଚ୍ଛାସେବୀ ଶ୍ରୀ ନରେନ୍ଦ୍ର ଗରଡା ଙ୍କୁ ପ୍ରଶଂସା କରିଥିଲେ ।