ଗାଦିଆଗୁଡା ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ : ଦଶମନ୍ତପୁର ବ୍ଲକ ।
ଦଶମନ୍ତପୁର ; ୧୧/୦୮(ବିପିନ କୁମାର ହିଆଲ) ଦଶମନ୍ତପୁର ବ୍ଲକର ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଗାଦିଆଗୁଡା ଗ୍ରାମ ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଆନନ୍ଦ ନାଇକଙ୍କ ସଭାପତିତ୍ବରେ କରାଯାଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ବ୍ଲକର ଗୋଷ୍ଠିଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମିଲନ ଝାଙ୍କର ଥିବାବେଳେ ସମ୍ମାନୀୟ ଅତିଥି ଭାବେ ଗାଦିଆ ଗୁଡା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀ ଅଭି ମୁଦୁଲି ଓ ସବୁବିଭାଗରୁ ଆସିଥିବା ଅଧିକାରୀ ମାନେ ଥିଲେ । ଏହି ଅଭିଯୋଗ ଶୁଣାଣୀ ଦିବସରେ ଆର୍ ଏସ ଡ଼ବ୍ଲୁ ର ଜେଇଇ ଶ୍ରୀ ମହମ୍ମଦ ଅଲି,ବ୍ଲକ ଏପିଓ ,ପଞ୍ଚାୟତ ପିଇଓ,ଅଙ୍ଗନବାଡ଼ି ସୁପରଭାଇଜର, ଏଇଓ,ଆଶା ଦିଦି, ଓ ଅଙ୍ଗୱାଡ଼ି ୱର୍କର, ସି ଆର୍ ସି ଓ ପଞ୍ଚାୟତର ସମସ୍ତ ୱାର୍ଡ଼ମେମ୍ବର ସହ ପଞ୍ଚାୟତର ଜନସାଧାରଣ ଯୋଗଦେଇଥିଲେ । କିନ୍ତୁ ୱାର୍ଡ଼ମେମ୍ବର ମାନେ କିଛି ଶିକ୍ଷକ ଓ ଅଙ୍ଗନବାଡ଼ି ୱାର୍କରମାନଙ୍କ କାର୍ଯ୍ୟ ବିରୁଦ୍ଧରେ ଅଭିଯୋଗ ସି ଆର୍ ସି ଓ ଅଙ୍ଗନବାଡ଼ି ସୁପରଭାଇଜରଙ୍କୁ ଜଣାଇଥିଲେ । ସେମାନେ କର୍ଯ୍ୟରେ ଅବହେଳା କରୁଛନ୍ତି , କିନ୍ତୁ ଠିକ୍ ସମୟରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ସଠିକ୍ ଶିକ୍ଷା ଓ ଚେତନା ଦେଇ ସେମାନଙ୍କ ଭବିଷ୍ୟତକୁ ସୁଗଠନ ଓ ସୁଦୃଢ଼ କରି ଏକ ଦାୟିତ୍ୱବାନ ନାଗରିକ କରାଇବା ସେମାନଙ୍କ ଲକ୍ଷ୍ୟ ହେବା ଉଚିତ୍ ବୋଲି କହିଥିଲେ । ଶେଷରେ ଧନ୍ୟବାଦ୍ ଦେଇ କାର୍ଯ୍ୟକ୍ରମଟିକୁ ସମାପ୍ତ କଲେ ।