Hot Posts

6/recent/ticker-posts

ଦେଶର ବୀର ଯବାନମାନଙ୍କ ଜୀବନସାଥୀଙ୍କ ବେଦନା କୁ ନେଇ ଏକ ସଂଗୀତ ଆ ମୋ ସାଥି ଆ ର ଶୁଭମୁକ୍ତି।

ଜୟପୁର,୧୭।୮( ଏ. ଭେଙ୍କଟ ରାଓ ) : ୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଷ୍ଟୁଡ଼ିଓ ୱେଭସ ଜୟପୁର ୟୁଟ୍ୟୁବ ଚାଁନେଲ ତରଫରୁ ଦେଶର ବୀର ଯବାନ ମାନଙ୍କର ପତ୍ନୀ ମାନଙ୍କର ବେଦନକୁ ନେଇ ଏକ ସୁନ୍ଦର ଗୀତ ଉନ୍ମୋଚିତ ହୋଇଛି l କରସୁଧା ଥିଏଟର ରେ କାରଗିଲ ଯୁଦ୍ଧ ରେ ସାମିଲ ହୋଇଥିବା ବୀର ଯବାନ ଶ୍ରୀଯୁକ୍ତ ନରସିଂହ ନାୟକ ଏବଂ ତାଙ୍କ ପତ୍ନୀ ହାତରେ ଏହାର ଶୁଭମୁକ୍ତି ହୋଇ ଥିବା ବେଳେ ପୂର୍ବତନ ସୈନିକ ଭଲାନାଥ ଦେବନାଥ ଏବଂ ତାଙ୍କ ପତ୍ନୀ ଶୁକ୍ଲା ଦେବନାଙ୍କ ହସ୍ତରେ ଏହି ଗୀତକୁ ୟୁଟ୍ୟୁବ ରେ ଅପ୍ଲୋଡ଼ କରାଯାଇଥିଲା l 


ଏହି କାର୍ଯ୍ୟକ୍ରମ ରେ ଜୟପୁର ଶତାଧିକ କଳାକାର ଏବଂ ଜନସାଧାରଣ ଯୋଗ ଦେଇ ସଂଗୀତ ଏବଂ ଏହି ଗୀତର ଭିଡିଓ କୁ ଭୁରୀୟସୀ ପ୍ରଶଂସା କରିଥିଲେ lଏହି ଗୀତକୁ ଗାଇଛନ୍ତି ନନ୍ଦିତା ଭଞ୍ଜ, ଏହି ଗୀତକୁ ରଚନା ଏବଂ ସ୍ୱର ସଂଯୋଜନା କରିଥିଲେ ଧିରେନ ମୋହନ ପଟନାୟକ l ସଂଗୀତ ପରିଚାଳନା ସୁବ୍ରତ ରାଉତରାୟ କରିଥିବା ବେଳେ ପୀୟୂଷ ପଟନାୟକ ଏହାକୁ ଷ୍ଟୁଡ଼ିଓ ୱେଭସ ରେ ରେକର୍ଡିଙ୍ଗ ଏବଂ ମିକ୍ସିଙ୍ଗ କରିଥିଲେ lଏଇ ଗୀତରେ ମହେଶ୍ୱର ନାୟକ, ଈଶ୍ୱର ସରାଫ, ରାହୁଲଦେବ ସାମନ୍ତରାୟ, ଶୁକମନ ଶଗଡ଼ିଆ, ଉମେଶ ପାଣିଗ୍ରାହୀ ବାଦ୍ୟଯନ୍ତ୍ରରେ ସହାୟତା କରିଛନ୍ତି ଏବଂ ଏଇ ଗୀତର ଭିଡିଓ ରେ ଦିଲିପ ନାୟକ ଏବଂ କାବେରୀ ମିଶ୍ର ଅଭିନୟ କରିଥିବା ବେଳେ ମହମ୍ମଦ ସାରିଫ ମୁଖ୍ୟ ନିର୍ଦ୍ଦେଶକ ଏବଂ ଶ୍ରୀକାନ୍ତ ଦାଶ ଏବଂ ଜୟନ୍ତ ଦାଶ ସହ ନିର୍ଦ୍ଦେଶକ ରହିଥିଲେ l ଚିତ୍ରୋତ୍ତୋଳନ ଏବଂ ଭିଡିଓ ଏଡିଟିଂର ଦାୟିତ୍ୱ ଏଫ. ସି. ଫୋଟଗ୍ରାଫି ବହନ କରିଥିଲେ l