ପ୍ରାଥମିକ ବିଦ୍ୟାଳୟ କେକେରିଙ୍ଗିଆ ପକ୍ଷରୁ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ।
କନ୍ଧମାଳ, ୧୭/୮(ଅଚ୍ୟୁତ ଯାନୀଙ୍କ ରିପୋର୍ଟ) : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଶ୍ରୀପଲ୍ଲା କ୍ଲଷ୍ଟରର ସରକାରୀ ପ୍ରାଥମିକ ବିଦ୍ୟାଳୟ କେକେରିଙ୍ଗିଆ ପକ୍ଷରୁ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧାରୁ ପାଠ ଛାଡି କିମ୍ବା ଆଦୌ ନାମ ଲେଖାଇ ନ ଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ରାଜ୍ୟରେ ଆସ ସ୍କୁଲ ଯିବା ହେଉଛି ସରକାରଙ୍କର କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ନିକୁଞ୍ଜ ବେହେରା, ସହକାରୀ ଶିକ୍ଷକ ବୈଚନ୍ଦ୍ର ମଲିକ,ପରିଚାଳନା କମିଟି ସଭାପତି ,ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ସମେତ ଛାତ୍ରଛାତ୍ରୀ ମାନେ ପଦଯାତ୍ରା ମାଧ୍ୟମରେ " ସ୍କୁଲ ଯିବା ଆସ ସ୍କୁଲ ଯିବା, ସ୍କୁଲରେ ଯାଇ ପାଠ ପଢିବା । ପଢିଲେ ପାଠ ଦୁଇ ଅକ୍ଷର, ସବୁଠି ରହିବ ଆମ ଆଦର । ସରକାରଙ୍କର ଏହି ଆହ୍ୱାନ, ଆସ ସ୍କୁଲ ଯିବା କରିବା ପଣ । ଆସ ଆମେ ସ୍କୁଲ ଯିବା, ନାମ ଲେଖାଇକି ପାଠ ପଢିବା ।
କହି କହି ଆମେ ଯାଉଚୁ ଭାଈ, ଅଧାରୁ ପାଠ କେ ଛାଡ଼ିବା ନାହିଁ । ଏହି ଭଳି ନାରାବାଜି ଦେଇ ଗ୍ରାମରେ ଲୋକ ମାନଙ୍କୁ ପଦଯାତ୍ରା ମାଧ୍ୟମରେ ସଚେତନ କରାଯାଇଥିଲା ।