ଓଡ଼ିଶା ଅମଲା ସଂଘର ପ୍ରସ୍ତୁତି ବୈଠକରେ ରାଜସ୍ବ ଅମଲା ସଂଘ ବିରୋଧରେ କଟୁ ପ୍ରହାର
କୋରାପୁଟ, ୧୭ / ୦୮ ( ଗୁପ୍ତ ପ୍ରସାଦ ପତ୍ରିକା ) : ଓଡ଼ିଶା ଅମଲା ସଂଘ ପ୍ରସ୍ତୁତି ବୈଠକ ରେ ପୁଣିଥରେ ଘୋଷଣା କଲେ ଓଡ଼ିଶା ଅମଲା ସଂଘ ସଭାପତି କୋରାପୁଟ ଜିଲ୍ଲା ଶାଖା ତଥା ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ଶ୍ରୀ ଶଶୀଭୂଷଣ ଦାଶ୍, ଓଡ଼ିଶା ଅମଲା ସଂଘ ଦ୍ବାରା ନିଯୁକ୍ତ ନବରଙ୍ଗପୁର ଜିଲ୍ଲା ଶାଖା ନିର୍ବାଚନ ଅଧ୍ୟକ୍ଷ ଶ୍ରୀ ଶଶୀଭୂଷଣ ଦାଶ୍ ଓଡ଼ିଶା ଅମଲା ସଂଘ ସଭାପତି କୋରାପୁଟ ଜିଲ୍ଲା ଶାଖା ତଥା ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ତଳ ଦିନ ରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜସ୍ବ ଅମଲା ସଂଘ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ପ୍ରତି କୁଠାରାଘାତ କରିଥିବା ଯୋଗୁଁ ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ସେମାନଙ୍କ ନ୍ୟାର୍ଯ୍ୟ ଦାବି ପାଇବାରୁ ବଞ୍ଚିତ ହୋଇଥିବା ଯୋଗୁଁ ରାଜସ୍ବ ଅମଲା ସଂଘ ର ଆନ୍ଦୋଳନ ନିଷ୍ପତି କୁ ଓଡ଼ିଶା ଅମଲା ସଂଘ ତିବ୍ର ବିରୋଧ କରୁଥିବା ପ୍ରକାଶ କରିଥିଲେ, ଆଜି ନବରଙ୍ଗପୁର ଠାରେ ଆୟୋଜିତ ଓଡ଼ିଶା ଅମଲା ସଂଘ ର ପ୍ରସ୍ତୁତି ବୈଠକ ରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହିତ ପୁଣିଥରେ ରାଜସ୍ବ ଅମଲା ସଂଘ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଥିଲେ ରାଜସ୍ବ ଅମଲା ସଂଘ ସେମାନଙ୍କର କିଛି କୁ ଚକ୍ରାନ୍ତକାରି ସଦସ୍ୟ ରାଜସ୍ବ ବ୍ୟତିତ ଅନ୍ୟ ବିଭାଗରେ କାର୍ଯ୍ୟରତ ଅମଲା ମାନଙ୍କୁ ନେଇ ଆନ୍ଦୋଳନ ରେ ଯୋଗଦାନ କରାଉଛନ୍ତି, ରାଜସ୍ବ ଅମଲା ସଂଘ ରେ ରହି ସେମାନେ ଓଡ଼ିଶା ଅମଲା ସଂଘ ର କର୍ମକର୍ତ୍ତା ବଲାଇ ହେବା ସହିତ ବିଭିନ୍ନ ସ୍ଥାନରେ ଓଡ଼ିଶା ଅମଲା ସଂଘ କୁ ବଦନାମ୍ କରିବାରେ ଆପ୍ରାଣ ଉଦ୍ୟମ କରୁଛନ୍ତି, ଓଡ଼ିଶା ଅମଲା ସଂଘ ରାଜସ୍ବ ଅମଲା ସଂଘ ର ଆନ୍ଦୋଳନ ନିଷ୍ପତି କୁ ବିରୋଧ କରୁଥିବା ବେଳେ ଓଡ଼ିଶା ଅମଲା ସଂଘ ରାଜସ୍ବ ଅମଲା ସଂଘ ର ଆନ୍ଦୋଳନ କୁ ସମର୍ଥନ କରୁଥିବା ବାହାରେ ପ୍ରଚାର କରୁଛନ୍ତି, ତେଣୁ ଶ୍ରୀ ଦାଶ୍ ରାଜସ୍ବ ଅମଲା ସଂଘ କର୍ମକର୍ତ୍ତାମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସରକାର ଙ୍କୁ ଅନୁରୋଧ କରିଥିଲେ,
ଉକ୍ତ ବୈଠକରେ ଓଡ଼ିଶା ଅମଲା ସଂଘ ନବରଙ୍ଗପୁର ଜିଲ୍ଲା ଶାଖା ର ନିର୍ବାଚନ ନିମନ୍ତେ ଆଲୋଚନା କରା ଯାଇଥିଲା, ନବରଙ୍ଗପୁର ଜିଲ୍ଲା ରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ ଅମଲା ଯୋଗଦାନ କରିବା ସହିତ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ରାଜସ୍ବ ଅମଲା ସଂଘ ର ୧୦ ଦଫା ଦାବି କୁ ସମସ୍ତେ ବିରୋଧ କରିଥିବା ସଂଘ ପକ୍ଷରୁ ସୂଚନା ମିଳିଥିଲା, ରାଜସ୍ବ ଅମଲା ସଂଘ ଏ ଭଳି ହିନ ରାଜନିତି ନ କରିବା ପାଇଁ ସମସ୍ତେ ମତ ଦେଇଥିଲେ, ରାଜସ୍ବ ଅମଲା ସଂଘ ର ଅମଲା ମାନେ କାର୍ଯ୍ୟ ରେ ଯୋଗଦାନ କରିବା ସହିତ ଆଗାମି ଦିନ ରେ ଏକ ମାତ୍ର ଦାବି କନିଷ୍ଠ ସହାୟକ ମାନଙ୍କର ପ୍ରବେଶିକା ଦରମା ହାର ଷଷ୍ଠ ବେତନ କମିଶନ ଅନୁସାରେ ୪୨୦୦/- ରଖିବା ପାଇଁ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ ତେବେ ଯାଇ ସମସ୍ତେ ଏ ନେଇ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ବୋଲି ମତ ଦେଇଥିଲେ, ଉକ୍ତ ବୈଠକରେ ଶ୍ରୀ ଏମ୍ ବାଲକ୍ରିଷ୍ଣା ରାଓ ସଭାପତିତ୍ବ କରିଥିଲାବେଳେ, ଶ୍ରୀ ସଞ୍ଜୟ କୁମାର ପଣ୍ଡା ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ କାଳି ପ୍ରସାଦ ମିଶ୍ର ଉପ ସଭାପତି ଓଡ଼ିଶା ଅମଲା ସଂଘ, ଶ୍ରୀମତୀ ସିଦ୍ଧେଶ୍ୱରି ବେନିଆ ଉପସଭାପତି ଓଡ଼ିଶା ଅମଲା ସଂଘ, ଶ୍ରୀ ଅରୁଣ କୁମାର ରଥ ବରିଷ୍ଠ ସଦସ୍ୟ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ, ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ଦିନ ନବରଙ୍ଗପୁର ରେ ଜିଲ୍ଲା ସମ୍ମିଳନୀ ହେବା ନେଇ ଶ୍ରୀ ଦାଶ୍ ସଭାପତି ଘୋଷଣା କରିଥିଲେ ଏଥି ନିମନ୍ତେ ଏକ କର୍ମକର୍ତ୍ତା ଚୟନ କରାଯାଇଥିଲା, ପରି ଶେଷରେ ଶ୍ରୀ ଦାଶ୍ ସମସ୍ତ ଉପସ୍ଥିତ ଅମଲା ଓ ମିଡିଆ ବନ୍ଧୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ଶ୍ରୀ ରାଓ ସଭା ସାଙ୍ଗ କରିଥିଲେ