ଅଖଣ୍ଡ ବ୍ରହ୍ମଧୂନି ଓ ମହିମା ସଂକୀର୍ତ୍ତନ ସହ କୁଟବଇରେ ନୂଆଁଖାଇ ପାଳନ
ଝରିଗାଁ, ୦୯ / ୦୮ ( ନକୁଳ ଭତ୍ରା ) : କୁଟବଇ ମହିମା ମଣ୍ଡଳୀ ରେ ବକଳଧାରୀ ମହିମା ସମାଜର ନୂଆଁଖାଇ ପର୍ବ ଡମ୍ବରୁ ବାବା ଙ୍କ ଦ୍ଵାରା ପାଳନ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଧାମନାଗୁଡା ପଞ୍ଚାୟତ ଅଧିନରେ ଥିବା ମହିମା ମଣ୍ଡଳୀ କୁଟବଇ ଠାରେ ଡମ୍ବରୁ ବାବାଙ୍କ ତତ୍ବାବଧାନରେ ନୂଆଁଖାଇ ପର୍ବ ପାଳନ ହୋଇଯାଇଛି। ଏଥିରେ ଆଖ ପାଖ ଅଞ୍ଚଳର ସମସ୍ତ ବକଳ ଧାରୀ ସମାଜର ଭକ୍ତମାନେ ଏକାଠି ହୋଇ ନବାନ୍ନ ଭକ୍ଷଣ କରିବା ଦେଖିବାକୁ ମିଳିଛି। ଶ୍ରାବଣ ମାସ ଶୁକ୍ଳପକ୍ଷର ତୟୋଦଶୀ ତିଥିରେ ଅଖଣ୍ଡ ବ୍ରହ୍ମଧୂନି ଓ ଅଖଣ୍ଡ ଦୀପ ପ୍ରଜ୍ଵଳନ କରାଯିବା ସହ ଭକ୍ତମାନେ ରାତ୍ରି ଉଜାଗର ରହି ମହିମା ନାମ ସଂକୀର୍ତ୍ତନ କରି ଭୋର ସକାଳୁ ମହିମା ଗୋସ୍ଵାମୀଙ୍କୁ ପଞ୍ଚାମୃତ ପଣା ଓ ନବାନ୍ନ ଅର୍ପଣ କରି ସାରିବା ପରେ ଡମ୍ବରୁ ବାବା ଭକ୍ତ ମାନଙ୍କୁ ନବାନ୍ନ ବାଣ୍ଟିଥିଲେ। ମଣ୍ଡଳୀର ଆଖ ପାଖ ଅଞ୍ଚଳରୁ ଭକ୍ତମାନେ ମଧ୍ୟ ନୁଆଁଖାଇ ଉତ୍ସବରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ଏହି ପର୍ବରେ ଉପସ୍ଥିତ ଅନ୍ୟା ସାଧୁସନ୍ଥ ଓ ଉକ୍ତ ମାନେ ଙ୍କ ମଧ୍ୟରେ ବିମସେନ ବାବା ସମେତ ଅମରସିଂ ଭକ୍ତ , ଚୟନୁ ଭକ୍ତ, ରବି ଭକ୍ତ, ଦିନବନ୍ଧୁ ଭକ୍ତ, ଡୁମର ଭକ୍ତ ,ରାଜେନ୍ଦ୍ର ଉକ୍ତ, ଦେବାନନ୍ଦ ଭକ୍ତ, ଚହିତ ଭକ୍ତ, ଦିନବନ୍ଧୁ ଭକ୍ତ, ଟହଳିଆ- : ଧନୁର ଉକ୍ତ, ବଡଭଇ କେଜା ଭକ୍ତ, ଅଧିକାରୀ ଗଣେଶ ଭକ୍ତ , ସଭାପତି ଦେବ ଉକ୍ତ ସହ ଅନ୍ୟାନ୍ୟ ଭକ୍ତ ବୃନ୍ଦ ଉପସ୍ଥିତ ଥିଲ।