Hot Posts

6/recent/ticker-posts

କୌପୀନଧାରୀ ମହିମା ସମାଜର ନବାନ୍ନ ଉତ୍ସବ ଏବଂ ଅଲେଖ ଧର୍ମର ଧର୍ମାବଲମ୍ବୀ ଭକ୍ତବୃନ୍ଦଙ୍କ ଏକାଠି ମିଳନ

ଝରିଗାଁ, ୦୯ / ୦୮ (ପର୍ଶୁରାମ ନାୟକ) :  ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଚାଟିଗୁଡା ଗ୍ରାମ ପଞ୍ଚାୟତର ବିଜାପୁର ଗ୍ରାମରେ ଅବସ୍ଥିତ ଅଲେଖ ମହିମା ଧ୍ବନି ମନ୍ଦିରରେ ଶ୍ରାବଣ ମାସର ଚତୁର୍ଦ୍ଦଶୀ କୃଷ୍ଣପକ୍ଷରେ ସତ୍ୟ ସନାତନ କୌପୀନଧାରୀ ମହିମା ଧର୍ମର ଭକ୍ତବତ୍ସଳଙ୍କ ନବାନ୍ନ (ନୂଆଖାଇ) ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ନବାନ୍ନ ପର୍ବକୁ ପାଳନ କରିବା ସକାଶେ ଗୋଟିଏ ମାସ ପୂର୍ବରୁ ସମାଜର ଅଧିକାରୀ ଏବଂ ଟହଲିଆଙ୍କ ସମେତ ଅନ୍ୟାନ୍ୟ ଅଳ୍ପ ସଂଖ୍ୟାକ ଭକ୍ତବୃନ୍ଦକୁ ନେଇ ପୂର୍ବ ପ୍ରାକ୍ ପ୍ରସ୍ତୁତି ବୈଠକ କରାଯାଇଥାଏ। ସେହି ବୈଠକରେ ନିଷ୍ପତ୍ତି ନିଆଯାଏ ଯେ, କେଉଁ ଦିନରେ ନବାନ୍ନ ପର୍ବ ପାଳନ କରିବାର ଶୁଭ ନିର୍ଘଣ୍ଟ ଘୋଷଣା କରାଯାଏ। ନବାନ୍ନ ପର୍ବର ପୂର୍ବ ସଂଧ୍ୟାରେ ଅଲେଖ ଧ୍ବନି ମନ୍ଦିରରେ ଅଖଣ୍ଡ ବ୍ରହ୍ମ ଦୀପ ଲାଗି ହେବା ସ‌ହ ଗାଁର ବିରାଜିତ ମାଁ ତପେଶ୍ବରୀ ଏବଂ ବାବା ଚାଉଁରିଆ ନିକଟରେ ଅଖଣ୍ଡ ଦୀପକୁ ପୂର୍ବରୁ ଆଧାର ନିର୍ଦ୍ଧାରିତ ଆଜ୍ଞାନୁସାରେ ସ୍ବର୍ଗତ ବୁଦୁରାମ ନାୟକ ବଂଶର ଉତ୍ତରାଧିକାରୀ ତଥା ତାଙ୍କ ପୁଅ ଧନପତିଙ୍କ ସହ ପୂଜାରି ପରିବାରର ବୁଦୁରାମ ଅଖଣ୍ଡକୁ ଦୁଇ ମହାନ୍ ଦେବାଦେବୀ ସମ୍ମୁଖରେ ନେଇ ଅଖଣ୍ଡ ଦୀପକୁ ରଖନ୍ତି। ସଂଧ୍ୟାରେ ଭଜନ କୀର୍ତ୍ତନ କରିବା ସହ ରାତ୍ର ଉଜାଗର ରହିଥାନ୍ତି। 


ପ୍ରଭୂଙ୍କ ନାମ ଶରଣରେ ଭକ୍ତି ନୈବେଦ୍ୟ ମର୍ଦ୍ଦଳ ବାଦକ ଟାମକ୍ ସହ ପ୍ରଭୂଙ୍କର ଆଠଭଜନରେ ପୂରା ପରିବେଶ ଗୁଂଜରିତ ପ୍ରକମ୍ପିତ ହୁଏ। ପ୍ରତ୍ୟେକ ବର୍ଷ ବୋଲି ଚଳିତ ବର୍ଷ ମଧ୍ୟ ନବାନ୍ନ ପର୍ବକୁ ମହା ଆଡ଼ମ୍ବର ସହକାରେ ରୀତିନୀତି ସଂସ୍କୃତି ପରମ୍ପରା ଆଧାରିତ ସହିତ ନୂତନ ଧାନକୁ ପ୍ରଥମେ ଶୁନ୍ୟପ୍ରଭୁ ମହିମା ଗୋସାଇଁଙ୍କୁ ଅର୍ପଣ କରିବା ସହ ଭୋର ପ୍ରାତଃ ସକାଳେ ଅମନିୟା ସପ୍ତାମୃତ ବାଳ ଭୋଗ ଲାଗି ହେବା ସହ ପ୍ରଭୁଙ୍କ ପାଖରେ ସମର୍ପିତ ହୁଏ।ଏହି ବାଳ ଭୋଗକୁ କୋମଳମତି ଶିଶୁମାନଙ୍କୁ ବଣ୍ଟାଯାଏ। ଏହି ନବାନ୍ନ ପର୍ବର ଏକତ୍ର ମିଳନ ଉତ୍ସବରେ ସୁଦୂର ମହିମା ଗାଦି ଯୋରନ୍ଦା ଢେଙ୍କାନାଳ ଅନ୍ତର୍ଗତ ତୋପବନ ସ୍ଥିତିର କୌପୀନଧାରୀ ମହିମା ସମାଜର ଶ୍ରୀମତ୍ କନ୍ଦର୍ପ ବାବା, ଶ୍ରୀମତ୍ ହୃଷିକେଶ ବାବା, ମାତାଜୀ କବିତା ଦାସ ଭକ୍ତ ମାନଙ୍କୁ ନବାନ୍ନ ପର୍ବରେ ନିଜକୁ ସାମିଲ କରି ନୂତନ ଧାନ ପ୍ରସାଦ ସେବନ ସହିତ ଭକ୍ତମାନଙ୍କର ସୁଖ ଶାନ୍ତି ସମୃଦ୍ଧି ଉନ୍ନତି ଦିଗରେ ଅଗ୍ରସର ନିମନ୍ତେ ଶୁନ୍ୟ ପ୍ରଭୂ ମହିମା ଗୋସାଇଁଙ୍କ ପାଖରେ ପ୍ରାର୍ଥନା କଲେ। ମାନବ ସେବାର ମୂଲ୍ୟବୋଧ ଏବଂ ଏହାର ଯଥାର୍ଥ ଧର୍ମାଲୋଚନା ଚକ୍ରରେ ପରିପ୍ରକାଶ କରିଥିଲେ। ଏହି ନବାନ୍ନ ସେବନ ତଥା ଏକତ୍ରିତ ସାଧୁସନ୍ଥଙ୍କ ଭକ୍ତ ମିଳନ ଅବସରରେ ବିଜାପୁର ଗ୍ରାମର ଭକ୍ତ ଧନପତି ଅଧିକାରୀ,ଭକ୍ତ ପୁଷୁ ଟହଲିଆ, ଘେନୁଆ ଭକ୍ତ, ହରି ଭକ୍ତ, ଉଦ୍ଧବ ଭକ୍ତ, ରବି ଭକ୍ତ, ସନ୍ତନ ଭକ୍ତ, ପୁନୁ ଭକ୍ତ, ଲଛମନ ଭକ୍ତ, ରମାକାନ୍ତ ଭକ୍ତ, ଭଗବାନ ଭକ୍ତ, ମନସିଂ ଭକ୍ତ, ଲଇଖନ ଭକ୍ତ, ବୁଦୁରାମ ଭକ୍ତ, ରଇନୁ ଭକ୍ତ, କର୍ମୁ ଭକ୍ତ, କଳା ସୁନ୍ଦର ଭକ୍ତ, ଚୈତୁ ଭକ୍ତ, କମଳୁ ଭକ୍ତ, ପୂର୍ଣ୍ଣ ଭକ୍ତ, ନନ୍ଦ ଭକ୍ତ, ବଳି ଭକ୍ତ, କମ ଭକ୍ତ, ଗୋବିନ୍ଦ ଭକ୍ତ ସମେତ ମା ଭଉଣୀମାନେ ମଧ୍ୟ ଉପସ୍ଥିତ ଥିଲେ।