Hot Posts

6/recent/ticker-posts

ସର୍ବ ଭାରତୀୟ କନିଷ୍ଠ କିକ ବକ୍ସିଂ ପ୍ରତିଯୋଗିତାରେ ରାୟଗଡ଼ା ରୁ 10ଖେଳାଳୀ ମନୋନୀତ

ରାୟଗଡା, ୨୭ / ୦୮ ( ଭି. ଗୌରି ଶଙ୍କର ରାଓ ) : ସର୍ବ ଭାରତୀୟ କନିଷ୍ଟ କିକ୍ ବକ୍ସିଂ ପ୍ରତିଯୋଗିତାରେ ରାୟଗଡ଼ା ଡିଷ୍ଟ୍ରିକ୍ଟ କିକ ବକ୍ସିଂ ଆସୋସିଏସନ୍ ର 9ଜ଼ଣ ଖେଳାଳୀ ଚେନ୍ନାଇ, ତାମିଲନାଡୁ ର ଜବହାର ଲାଲ ନେହୁରୁ ଇନ୍ଦୋର ଷ୍ଟାଡିୟମ୍ ଠାରେ ଚଳିତ ମାସ 27ରୁ31ପର୍ଯ୍ୟନ୍ତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାପାଇଁ ରାୟଗଡ଼ାରୁ ବାଳିକା ବିଭାଗରେ 5ଜ଼ଣ ବି. ଜ୍ଞାନଵି, କେ.ପ୍ରଜୋଷ୍ନା ,ଶ୍ରୀୟଙ୍କା ଶବର, କ୍ରିତିକା ରାଣୀ ଦଲେଇ ,ରିବିକା ସାମଲ, ଏବଂ ବାଳକ ବିଭାଗରେ 4ଜଣ ହେମ୍ପ୍ରିନ୍ସ ନାଚିକା,କେଦାର ନାଥ ମ।ଣ୍ଡ।ଙ୍ଗି, ପାର୍ଥୁ ଗଣେଶ, ସୌରଜିତ୍ ପେଡା, ଏବଂ ଅର୍ଜୁନ ଶବର ଟିମ୍ କୋଚ୍ ଭାବରେ ଭାଗ ନେବେ ଏହି ମାନେ ଅନୁଗୋଳ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇ ଚୟନ ହେଇଛନ୍ତି। ଉକ୍ତ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ କ୍ରୀଡ଼ା ବିଭାଗ ଓଡିଶା ସରକାର ଙ୍କ ଦ୍ଵାରା ବହନ କରାଯାଇଛି। ଏହି ଖେଳାଳୀ ମାନେ ମଙ୍ଗଳ ବାର ଦିନ ଚେନ୍ନାଇ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଅବସରରେ ରାୟଗଡ଼ା ଜିଲ୍ଲା କିକ୍ ବକ୍ସିଂ ଆସୋସିଏସନ୍ ର ସଭାପତି ଦୁର୍ଗାପ୍ରସାଦ ପଣ୍ଡା, ଜିଲ୍ଲା କ୍ରୀଡା ଅଧିକାରି ଶେଖ ଅଳିନୁର. କୋଚ କମ୍ ସମ୍ପାଦକ ଅର୍ଜୁନ ଶବର , ସମସ୍ତ ଖେଳାଳୀ ମାନଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି