Hot Posts

6/recent/ticker-posts

"ଅଦୃଶ୍ୟ ଆସ୍ଥାର ଆଲୋକ: ବକଡ଼ା ବେଡ଼ାର ଶୈବପୀଠରେ ଶ୍ରାବଣ ଭକ୍ତିର ଶ୍ରେଷ୍ଠ ଅଭିବ୍ୟକ୍ତି"

ନବରଙ୍ଗପୁର, ୨୮ / ୭ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲାରେ ଅନେକ ସ୍ଥାନରେ ପୁରାତନ ଶୈବପୀଠ ସମ୍ବଦ୍ଧିତ ଲୋକ କଥା ରହିଛି । କିମ୍ବଦନ୍ତି ଅନୁଯାୟୀ ଯାହା ସମସ୍ତେ ଅବଗତ ହେବା ସହ ଶିବ ଭକ୍ତ ମାନେ ନିଜର ସମୟ ସୁବିଧା ଅନୁସାରେ ମହାଦେବଙ୍କୁ ଦର୍ଶନ ପୂର୍ବକ ମନୋସ୍କାମନା ପୁରଣ କରି କୃପା ଲାଭ କରନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଧିନ ରେ ଥିବା ବକଡ଼ା ବେଡ଼ା ଏକ ଜନବହୁଳ ଆଦିବାସୀ ଅଧ୍ୟୁଷିତ ଗାଁ ଅଧାତ୍ମିକ ଦୃଷ୍ଟିକୋଣରୁ ଆଉ ଏକ ପରିବର୍ତ୍ତିତ ମାନସିକତା ନେଇ ଗତ ଏକ ଦଶନ୍ଧି ଧରି କ୍ରମଶଃ ବୃଦ୍ଧି ପାଉଥିବା ଯୁବ ଶିବଭକ୍ତ , ଯେଉଁ ମାନେ କାଉଁଡିଆ ଭାବେ ପରିଚିତ । ଗାଁ ରୁ ପ୍ରାୟ ଲୋକ ବୋଲ ବମ ଯାତ୍ରାରେ ସାମିଲ ହୋଇଥାନ୍ତି। ବୃଦ୍ଧ ବନିତା ଭେଣ୍ଡିଆ ଓ କୁନିକୁନି ଝିଅ ପୁଅ ପିଲାମାନେ ସମସ୍ତେ ଶ୍ରାବଣ ମାସର ବର୍ଷାରେ ଭିଜି ଭିଜି ବୋଲ ବମ ବୋଲ ବମ ଆମେ ତୋ କାଉଁଡି ବାଲା ଭୋଲେ ବାବା ଇତ୍ୟାଦି ଭକ୍ତି ଗୀତରେ ତାଲେ ତାଲେ ଖାଲି ପାଦରେ ଛାଳି ଛାଳି ଦୂର ଦୂରାନ୍ତ ପଥ ଅତିକ୍ରମ କରି କାଉଁଡିରେ ଜଳ ପୂର୍ଣ୍ଣ କଳସ କୁ ନେଇ ବିଭିନ୍ନ ଶୈବ ପୀଠକୁ ପବିତ୍ରତା ପୂର୍ବକ ଯାଇ ଭଗବାନ ଶିବ ଙ୍କୁ ଜଳାଭିଷେକ କରିଥାନ୍ତି । ତାହା ଦେଖିବାକୁ ଯେତିକି ଆନନ୍ଦ ଦାୟକ ମନରେ ସେତିକି ଭକ୍ତି ପ୍ଳାବିତ କରେ । ଆଜି ଉମରକୋଟ ଠାରୁ ୧୪ କିଲୋମିଟର ଦୂରରେ ଥି ବା ଧୋଡ୍ରା ନିକଟସ୍ଥ ବକଡ଼ାବେଡା ଶୈବ ପୀଠରେ ପ୍ରବଳ ଜନସମାଗମ ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା। ମନ୍ଦିର ଲୋକମାନଙ୍କ କହିବା ଅନୁସାରେ ରାଜା ମହାରାଜା ଶାସନ କାଳରୁ ଏବଂ ସର୍ବ ପୁରାତନ ଅଟେ ବୋଲି କୁହାଯାଏ । କେବଳ ଯେ ଶିବରାତ୍ରୀ ବା କାର୍ତ୍ତିକ ପୂର୍ଣ୍ଣିମାରେ ଏଠି ପୂଜା ହୁଏ ଏବଂ ଲମ୍ବା ଧାଡ଼ି ଲାଗିଥାଏ ତା ନୁହେଁ ବରଂ ଅନ୍ୟ ସୋମବାର ଏବଂ ପର୍ବ ପର୍ବାଣୀରେ ମଧ୍ୟ ପ୍ରଭୁଙ୍କୁ ଆଶିଷ ପାଇଁ ଭକ୍ତମାନଙ୍କର ଭିଡ଼ ଲାଗି ରହେ ନିଶ୍ଚିତ ଭାବେ ନବରଙ୍ଗପୁର ଜିଲ୍ଲାରେ ଧର୍ମ ସାଂସ୍କୃତିକ ସାହିତ୍ୟ ର ଏକ ବଳିଷ୍ଠ ରତ୍ନ ଓ କେନ୍ଦ୍ର ସ୍ଥଳୀ ଭାବରେ ପରିଗଣିତ ହୋଇଥାଏ।