Hot Posts

6/recent/ticker-posts

ସୁଧୁରୁନି ଆଦିବାସୀ ଅଞ୍ଚଳ ର ସ୍ଥିତି, ଖଟିଆରେ ବୁହା ହେଉଛନ୍ତି ରୋଗୀ ଓ ଗର୍ଭବତୀ

ନବରଙ୍ଗପୁର ୨୮ / ୦୭ ( ଶେଖର ଖୁରା ) : ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ୧୩ ମଇ ରେ ବିଦ୍ୟୁତ୍, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ,ଗ୍ରାମ୍ୟ ଉନ୍ନୟନ ,ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଆଦି ର ଅଧିକାରୀ ଙ୍କୁ ନେଇ ତେନ୍ତୁଳିଖୁଣ୍ଟି ବ୍ଲକ ତେନ୍ତୁଳୀଖୁଣ୍ଟି ପଞ୍ଚାୟତର ବିଜାପଦର, ମଧୁଗୁଲୁମି, ଲଦି ପଦର, ବରଡା ଝୋଡ଼ି ଭଳି ଦୁର୍ଗମ ଅଞ୍ଚଳ ସବୁ ବୁଲି ସ୍ଥାନୀୟ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ।ସେମାନଙ୍କ ମୌଳିକ ସୁବିଧା ଯଥା ପାନୀୟ ଜଳଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଥିଲେ।ଖୁବଶୀଘ୍ର ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀ ଙ୍କ ବିଭିନ୍ନଦାବୀ ଏବଂ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିବେ ବୋଲି ବିଧାୟକ କହିଥିଲେ। ସେଦିନ ବିଧାୟକ ବାଇକ ଯୋଗେ ବରଡାଝୋଡି ଗ୍ରାମ କୁ ଯାଇଥିଲେ, ରାସ୍ତାରେ ଅନେକ ସ୍ଥାନରେ ସଂରକ୍ଷିତ ଜଙ୍ଗଲ ଗୁଡିକ ର ଗଛ ବହୁଳ ଭାବରେ କଟା ଯାଇଥିବା ବେଳେ ଅନେକ ସ୍ଥାନରେ ପୋଡ଼ୁଚାଷ ପାଇଁ ଜଙ୍ଗଲ କଟା ଯାଇଥିବା ବିଧାୟକ ଶ୍ରୀ ମାଝୀ ଦେଖି ଉଦବେଗ ପ୍ରକାଶ କରିଥିଲେ ଏବଂ ଗମନାଗମନ ର ସୁବିଧା ନଥିବା ଯୋଗୁଁ  ବିଭାଗୀୟ ଅଧିକାରୀ ଆସୁନଥିବା ମତ ପ୍ରକାଶ ପାଇଥିଲା।ବରଡାଝୋଡି ଗ୍ରାମର ରାସ୍ତା,ବିଦ୍ୟୁତ ସମସ୍ୟା ସହିତ ଗ୍ରାମବାସୀ ଙ୍କ ପୋଖରୀ, ବନ୍ଦ ହୋଇଯାଇଥିବା ବିଦ୍ୟାଳୟ ଖୋଲିବା ପାଇଁ ଗ୍ରାମବାସୀ ନିବେଦନ କରିଥିଲେ । ଅଙ୍ଗନବାଡି କର୍ମୀ ଅଧିକାଂଶ ସମୟରେ ଆସୁ ନ ଥିବା ଅଭିଯୋଗ ମଧ୍ୟ ଶୁଣିଥିଲେ। ବିଧାୟକ ଅଧିକାରୀ ଙ୍କୁ ନିର୍ଦ୍ଦେଶ ସତ୍ବେ ବି ଆଜି ଗର୍ଭ ବତୀ ମହିଳା ଓ ରୋଗୀ ଙ୍କୁ ଖଟିଆ ରେ ପାଞ୍ଚ କିଲୋମିଟର ବୋହି ନେବା ପରେ ଆମ୍ବୁଲାନ୍ସ ସେବା ମିଳୁଛି । ଅଧିକାରୀ ତତକାଳ ଯାନ ବାହନ ଯିବା ଭଳି ମାଟି ରାସ୍ତା ଟିଏ ନ କରିବା ଉଦବେଗ ର ବିଷୟ। କୋଟି କୋଟି ଟଙ୍କା ବନ୍ୟା ନିୟନ୍ତ୍ରଣ ନାମରେ ବାଲି ବସ୍ତା ରଖିବାରେ ଖର୍ଚ୍ଚ ହେଉଛି କିନ୍ତୁ ଅତ୍ୟାବଶ୍ୟକୀୟ ସେବା ପାଇଁ ରାସ୍ତା ଟିଏ ଜେ ସି ବି ଲଗାଇ କରା ଯାଉ ନଥିବା କି ପ୍ରକାର ମାନସିକତାବୋଲି  ପ୍ରଶ୍ନ ଉଠୁଛି ।ଗତକାଲି ୨୭ ତାରିଖ ଅପରାହ୍ନ ରେ ଗର୍ଭବତୀ ମହିଳା ସୁନୀତା ଜାନୀ ସ୍ବାମୀ ଲକ୍ଷ୍ମଣ ଜାନୀ ଙ୍କ ଖଟିଆ ରେ ବୁହା ହୋଇ ଆମ୍ବୁଲାନ୍ସ କୁ ନେବା ଭିଡିଓ ସାମାଜିକ ଗଣ ମାଧ୍ୟମ ରେ ଭାଇରାଲ ହେଉଛି । ପାଞ୍ଚ କିମି ଖଟିଆ ରେ ବୁହା ହୋଇ ଡ଼ାଇକ ୱାନ ଆସିବା ପରେ ଆମ୍ବୁଲାନ୍ସ ରେ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଯାଇଥିଲେ। ସେଠାରେ ଯମଜ ସନ୍ତାନ ଜନ୍ମ ଦେଇଥିଲେ କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥା କୁ ଆଖି ଆଗରେ ରଖି ତାଙ୍କୁ ଜିଲ୍ଲା ଡାକ୍ତର ଖାନା କୁ ପାଠା ଯାଇଥିବା ସୂଚନା ମିଳିଛି।ସେ ଦିନ ସିନା ମୃତ ସ୍ତ୍ରୀ ର ଶବ କାନ୍ଧ ରେ ନେଉଥିଲା ଫଟୋ ଓ ଭିଡ଼ିଓ ଭାଇରଲ ପରେ ଦାନ ମାଝୀ କୁ ଟଙ୍କା ବର୍ଷା ହୋଇଥିଲା କିନ୍ତୁ ଏଠାରେ ରାସ୍ତା ଟିଏ ହୋଇ ପାରୁନି। ୨୦୨୨ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ମୌଳିକ ସୁବିଧା ଦାବୀ ରେ ଏହି ଦୁର୍ଗମ ଅଞ୍ଚଳ ବାସୀ ଭୋଟ ବର୍ଜନ କରି ଥିଲେ,ତଥାପି ଯେଉଁ ତିମି ରେ ସେହି ତିମି ରହିଛି !