ଜୟପୁର ରେଲୱେ ଷ୍ଟେସନରେ ବିଜୁ ଜନତା ଦଳର ଗଣଧାରଣା — ଟ୍ରେନ ଯାତାୟତ ପୁନର୍ବହାଳ ପାଇଁ ବଢ଼ୁଛି ଦବାବ
ଜୟପୁର, ୨୮ / ୭ ( ଏ. ଭେଙ୍କଟ ରାଓ ) : ରେଳ ଯାତ୍ରୀଙ୍କ ଦୀର୍ଘ ଅପେକ୍ଷା ଓ ସ୍ଥାନୀୟ ଜନଗଣଙ୍କ ଅସନ୍ତୋଷକୁ ସ୍ୱର ଦେଇ, ଆଜି ବିଜୁ ଜନତା ଦଳ ତରଫରୁ ଜୟପୁର ରେଲୱେ ଷ୍ଟେସନରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା। ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଦଳର ରାଜ୍ୟ ଉପସଭାପତି ଶ୍ରୀ ରବି ନାରାୟଣ ନନ୍ଦ। ଗତ ଏକ ମାସ ହେଉଛି, ଜୟପୁର ରେଲୱେ ଷ୍ଟେସନ ମାର୍ଗରେ କୌଣସି ଏକ୍ସପ୍ରେସ୍ କିମ୍ବା ପାସେଞ୍ଜର୍ ଟ୍ରେନ ଚାଲୁନାହିଁ। ଏହା ଫଳରେ ଦୂର ଦୂରନ୍ତରୁ ଆସୁଥିବା ଯାତ୍ରୀ, ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ରୋଗୀମାନେ ଭାରି ଅସୁବିଧାରେ ପଡ଼ିଛନ୍ତି। ରେଳ ଯାତାୟତ ପୁନଃଚାଳନ ପାଇଁ ଦଳ ତରଫରୁ ଏହି ଗଣଧାରଣା ଜନସମର୍ଥନ ଏବଂ ଚାପ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା। ଏହି ଧାରଣା କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତାମାନେ, ଯୁବ ଶକ୍ତି ଓ ମହିଳା ଶାଖାର ଉପସ୍ଥିତି ଦୃଢ଼ ରୂପରେ ଦେଖାଯାଇଥିଲା। ।