Hot Posts

6/recent/ticker-posts

ରାସାୟନିକ ସାର ର କଳାବଜାରୀ ର ସମ୍ମୁଖୀନ ହେଉଛନ୍ତି ଚାଷି

ଉମରକୋଟ, ୨୮ / ୭ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳ ରେ ଦିନକୁ ଦିନ ରାସାୟନିକ ସାରର କଳାବଜାର ଯୋଗୁଁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଜିଲ୍ଲାର ଉମରକୋଟ ସହର କୁ ବ୍ୟବସାୟୀ ର ପେଣ୍ଟାସ୍ଥଳୀ କହିଲେ ଅତ୍ୟୁକ୍ତି ହେବନାହିଁ। ଏଠାରେ କିଛି ବ୍ୟବସାୟୀ ସାର ଗଛିତ ରଖି ଚାଷୀ ମାନଙ୍କୁ ଚଡ଼ା ଦରରେ ବିକ୍ରୟ କରି ମାଲାମାଲ ହେଉଛନ୍ତି। ଏବଂ ସେହି ବ୍ୟବସାୟୀ ଙ୍କୁ କିଛି କୃଷି ବିଭାଗର ସରକାରୀ ବାବୁ ମାନେ ସହଯୋଗ କରୁଛନ୍ତି। ସରକାରୀ ନିୟମ ଅନୁଯାୟୀ ଲ୍ୟାପସରେ ୟୁରିଆ ବସ୍ତା ପ୍ରତି ଟ.୨୬୬.୫୦ ପଇସା ବିକ୍ରିୟ ହେଉଥିବା ବେଳେ କଳାବଜାର କରୁଥିବା ବ୍ୟବସାୟୀ ମାନେ ବସ୍ତା ପ୍ରତି ୪୦୦ରୁ୫୦୦ ଟଙ୍କା ଲେଖାଏଁ ବିକ୍ରୟ କରି ଚାଷିମାନଙ୍କୁ ଳୁଟୁଛନ୍ତି । କିନ୍ତୁ ଚାଷି ଠିକ ପରିମାଣରେ ସାର ନ ପାଇ ବାରୁ ସେମାନେ ବାଧ୍ୟହୋଇ ଚଢ଼ା ଦରରେ ସାର କ୍ରୟ କରୁଛନ୍ତି । ଏଭଳି ମୂର୍ତୁମା ୟୁଭି ୬ ନଂ ଗ୍ରାମର ଦେବର୍ତତ ମଜୁମଦାର ନାମକ ବ୍ୟବସାୟୀ ଚାଷିଙ୍କ କହିବା ଅନୁଯାଇ ୟୁରିଆ ବସ୍ତା ପ୍ରତି ୪୦୦ଟଙ୍କ ରେ ବିକ୍ରୟ କରିଥିବା ସୂଚନା ମିଳିଛି। ଯଦି କୌଣସି ଗଣମାଧ୍ୟମ ପ୍ରଶ୍ନ କଲେ କହନ୍ତି ୨୭୦ ଟଙ୍କାରେ ବିକ୍ରୀ କରୁଛି ଏବଂ ବିଲ ମଧ୍ୟ ସଠିକ ଦିଅନ୍ତି ନାହିଁ। ସେପଟେ ଏଭଲି ବ୍ୟବସାୟୀ ଙ୍କ ଉପରେ କୃଷି ବିଭାଗୀୟ ଅଧିକାରୀ ମାନଙ୍କ ହାତ ରହିଥିବାର ଆଶଙ୍କା ଜଣାଯାଉଛି । ଯାହା ଫଳରେ ଉକ୍ତ ବ୍ୟବସାୟୀ ଜଣକ ନିର୍ଭୟରେ ଚାଷୀ ମାନଙ୍କୁ ଚଢ଼ା ଦରରେ ସାର ବିକ୍ରୀ କରୁଛନ୍ତି।