Hot Posts

6/recent/ticker-posts

ବିଦ୍ୟୁତ ଖୁଣ୍ଟ ଉପରୁ ଖସି ପଡି ଜଣେ ବିଦ୍ୟୁତ କର୍ମଚାରୀଙ୍କ ଅକାଳ ବିୟୋଗ

ଡାବୁଗାଁ, ୨୩ / ୭ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଅଧୀନ ଘୋଡାଖୁଣ୍ଟା ପଞ୍ଚାୟତ ମୁଣ୍ଡାଗୁଡା ଛୋକ ନିକଟରେ ଏକ ଜମି ଭିତରେ ବିଦ୍ୟୁତ ଆଘାତରେ ଜଣେ ବିଦ୍ୟୁତ କର୍ମ ଚାରୀଙ୍କର ମଙ୍ଗଳବାର ଦିନ ମୁତ୍ୟୁ ଘଟିଛି। ସୂଚନାଯୋଗ୍ୟ : ଡାବୁଗାଁ ବ୍ଳକ ଅଧୀନ ବୋରିଗାଁ ଗ୍ରାମର ରାମଭତ୍ରା (୩୮) ଡାବୁଗାଁ ବିଦ୍ୟୁତ ବିଭାଗରେ ଟାଟା କମ୍ପାନୀ ଅଧୀନରେ କାମକରୁଥିଲେ। ମଙ୍ଗଳବାର ସକାଳ ଅନ୍ୟ ଜଣେ ବିଦ୍ୟୁତ କର୍ମଚାରୀ ଧନସିଂ ଭତ୍ରା ଫୋନ କରି ରାମଭତ୍ରାଙ୍କୁ କାର୍ଯ୍ୟ କରିବାକୁ ଡାକି ଥିଲେ। ପରେ ପୂର୍ବାହ୍ନ ୧୦ଘଟା ସମୟରେ ରାମା ଯାଇ ମୁଣ୍ଡ ଗୁଡ଼ା ଛୋକ ନିକଟରେ ଜମି ଭିତରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଚଢ଼ି କାମ କରୁବା ବେଳେ ହଠାତ ବିଦ୍ୟୁତ ଆସି ଯିବାରୁ ରାମା ବିଦ୍ୟୁତ ଖୁଣ୍ଟ ଉପରୁ ତଳକୁ ଖସି ପଡିଥିଲେ। ଖୁଣ୍ଟ ଉପରୁ ତଳକୁ ପଡ଼ିଯିବାରୁ ରାମା ଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ ଘଟିଥିଲା । ଉକ୍ତ ଜମିରେ କାମ କରୁଥିବା ଲୋକେ ସାଙ୍ଗେ ସାଙ୍ଗେ ଗ୍ରାମକୁ ଖବର ଦେଇଥିଲେ। ଖବର ପାଇ ରାମା ଙ୍କର ପରିବାର ଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଥାନାକୁ ଖବର ଦେଇଥିଲେ। ଖବର ପାଇ ଡାବୁଗାଁ ଥାନା ଅଧିକାରୀ ପହଞ୍ଚି ଶବ ଜବତ କରି  ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇ ଥିଲେ। ପରେ ଅପରାହ୍ନରେ ରାମା ଙ୍କ ସ୍ତ୍ରୀ କମଳ ଦେଇ ଭାତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଉକ୍ତ ଏତେଲା କୁ ଭିତ୍ତିକରି ଥାନା ଏସ ଆଇ ଚନ୍ଦ୍ରଶେଖର ହାଜାରୀ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପଞ୍ଚ ନାମା କରିଥିଲେ। ଏନେଇ ଡାବୁଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଶବ କ ବ୍ୟବଛେଦ ପରେ ପରିବାରକୁ ଅସ୍ଥାନ୍ତର କରା ଯିବ ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି।.