ଶଙ୍କରାଖୋଲ ପଞ୍ଚାୟତ ରେ ଗ୍ରାମସଭା ଅନୁଷ୍ଠିତ
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ରିପୋର୍ଟ
ଚକାପାଦ :୨୩/୭(ଅନୁସନ୍ଧାନ ଭାରତ) ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତ ରେ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି ! ଏଥିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୈତାରୀ ପ୍ରଧାନ ସଭାପତିତ୍ୱ କରିଥିଲେ ! ସରପଞ୍ଚ ଜାନକୀ ପ୍ରଧାନ, ନାଏବ ସରପଞ୍ଚ ମାଲେଶ୍ୱର କହଁର, ଏମ ଵି କେ ସତବନ୍ତି ଦିଗାଲ, ଏଡିଇଓ ରିତାରାଣୀ ନାୟକ ଯୋଗଦେଇଥିଲେ ! କାର୍ଯ୍ୟକ୍ରମ ରେ ଜିଆରଏସ ଇନ ଚାର୍ଜ ପ୍ରମୋଦ କୁମାର ଦିଗାଲ, ଗାଁ ସାଥି ଗୋବିନ୍ଦ ଅମାତ୍ୟ,ପ୍ରଫୁଲ୍ଲ କହଁର , ସିଆରପି, ଅଙ୍ଗନବାଡି ଦିଦି ତଥା ୱାର୍ଡ ମେମ୍ବର ଉପସ୍ଥିତ ଥିଲେ ! ପଞ୍ଚାୟତ ରେ ଥିବା ଗ୍ରାମ ଗୁଡିକ ବିଭିନ୍ନ ସମସ୍ୟା ତଥା ସରକାର ଙ୍କ ତରଫରୁ ଆସୁଥିବା ଯୋଜନା ବିଷୟରେ ରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା !