Hot Posts

6/recent/ticker-posts

ଆନ୍ତର୍ଜାତିୟ ଯୋଗ ଦିବସ ପାଳନ କଲେ ବିଜେପି କର୍ମୀ ଓ ଗ୍ରାମବାସୀ

ଝରିଗାଁ, ୨୧ / ୬ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଚାରିଟି ପଞ୍ଚାୟତର ବିଜେପି କର୍ମୀ ଓ ସ୍ଥାନୀୟ ଗ୍ରାମବାସୀ ମାଁ ଘାଟ ଘସି ଆନି ପିଠ ବିଡିରି ଠାରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳନ କରି ଏକ ଉଦାହରଣ ସ୍ଥାପନ କରିଛନ୍ତି। ବିକାଶ ଓ ଶାରୀରିକ ସଚେତନତା ମାଧ୍ୟମରେ ଗ୍ରାମ ଜୀବନରେ ନୂଆ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଏହି ଦିବସଟି ପ୍ରେରଣାଦାୟକ ଭାବେ ପାଳନ ହେଉଛି। ଏହି କାର୍ଯ୍ୟକ୍ରମରେ ବିଜେପି ର ମଣ୍ଡଳ ସଭାପତି ଭୁଜବଳ ଗୌଡ, ବ୍ଲକ ସଭାପତି ସିବରାମ ଭତ୍ରା, ଏବଂ ଅନେକ କାର୍ଯ୍ୟକର୍ତ୍ତା ମାନେ — ବଟକୃଷ୍ଣ ବିଷୋଇ, ସୁବାଷ ପନକା, ପୂର୍ଣ୍ଣି ଭତ୍ରା ଓ ଅନ୍ୟାନ୍ୟ ଅନେକ ଗ୍ରାମବାସୀଙ୍କ ସହିତ ଯୋଗ ଅଭ୍ୟାସ କରିଥିଲେ। ସକାଳ ସମୟରେ ପ୍ରାକୃତିକ ପରିବେଶ ମଧ୍ୟରେ ଆୟୋଜିତ ଏହି ଯୋଗ ଅଭ୍ୟାସ କେବଳ ଶାରୀରିକ ଉନ୍ନତି ପାଇଁ ନୁହେଁ, ବରଂ ଦୈନନ୍ଦିନ ଜୀବନରେ ଶାନ୍ତି, ଧୈର୍ଯ୍ୟ ଓ ଚିନ୍ତାମୁକ୍ତି ପାଇଁ ଏକ ମାନସିକ ଅଭିଯାନ ଭାବେ ଦେଖାଯାଇଛି। ବିଜେପି କର୍ମୀ ଓ ଗ୍ରାମବାସୀଙ୍କ ଏହି ସହଯୋଗ ଗ୍ରାମ ମାନ୍ୟରେ ସ୍ୱାସ୍ଥ୍ୟ ଓ ସଚେତନତାର ନୂଆ ଦିଗ ଖୋଲିଦେଇଛି। ଏହି ଆୟୋଜନ ଗ୍ରାମ ମାନ୍ୟରେ ଜଣସାଧାରଣ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଏପରି କାର୍ଯ୍ୟକ୍ରମ ନିୟମିତ ଭାବେ ଆୟୋଜିତ ହେଲେ ସ୍ୱାସ୍ଥ୍ୟ, ଶିକ୍ଷା ଓ ସଂସ୍କୃତି ରେ ଗ୍ରାମ ଅଞ୍ଚଳ ଗୋଟିଏ ନୂଆ ଉଦାହରଣ ହୋଇପାରିବ।