ଶୁଣୁନି ପ୍ରଶାସନ, ରାସ୍ତା ସଜାଡୁଛନ୍ତି ଗ୍ରାମବାସୀ
ଝରିଗାଁ, ୨୧ / ୬ ( ନକୁଳ ଭତ୍ରା ) :ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ କାନାକୋଟ ପଞ୍ଚାୟତର ଦୁର୍ଗମ ଅଞ୍ଚଳ ବିରିଡଙ୍ଗରୀ ଏକ ପୂର୍ଣ୍ଣ ଅନାବୃତ ଅଧିବାସୀ ଗାଁ। ଏଠାର ରାସ୍ତା ଘାଟ ଅବସ୍ଥା ଏପରି ଅବହେଳିତ ଯେ, ଦେଖିଲେ ମନେ ହୁଏ ଏହି ଅଞ୍ଚଳ ଓଡ଼ିଶାର ଭାଗ ନୁହେଁ। ଧୂଳି, କାଦୁଅ ରାସ୍ତା ର ପଥେ ଗ୍ରାମବାସୀ ବର୍ଷା ଦିନେ ଜୀବନ ସଂଘର୍ଷ କରୁଛନ୍ତି। ଗ୍ରାମବାସୀ ଅନେକ ଥର ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ଦାବି ଜଣାଇଥିଲେ ମଧ୍ୟ, ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ ହୋଇନାହିଁ। ପୂର୍ବ ଓ ବର୍ତ୍ତମାନ ଦୁଇ ସରକାରଙ୍କ ଦୃଷ୍ଟି ରୁ ଏହି ଗାଁ ଏକ ଅଦୃଶ୍ୟ ଅଞ୍ଚଳ ଭାବରେ ରହିଛି। ଗ୍ରାମ ମଧ୍ୟରେ ଯେକୌଣସି ରୋଗୀକୁ ବର୍ଷାଦିନେ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ଯାଇପାରୁ ନାହିଁ। ବିକାଶ କଥା କହିଥିବା ସରକାର ପାଇଁ ଏହା ଅପମାନ ସଦୃଶ। ପ୍ରଶାସନ ନ ଶୁଣିଥିବାରୁ, ଏବେ ଗ୍ରାମବାସୀ ନିଜେ ରାସ୍ତା ସଜାଡୁଛନ୍ତି। ଝୁଲି ପଡ଼ିଥିବା ବୃକ୍ଷ ଓ ପାଳିଥିବା ମାଟିକୁ ଉଠାଇ ରାସ୍ତା ବନାଉଛନ୍ତି। ଏକ ଶତାବ୍ଦୀରେ ବିକାଶ ର ନାମ ରେ ଯେଉଁଠି ଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି, ସେଠି ବିରିଡଙ୍ଗରୀ ଗାଁ ଏହିପରି ଅବସ୍ଥା ପ୍ରଶ୍ନ ଉଠାଉଛି: କାହିଁକି ଏଠି ପର୍ଯ୍ୟନ୍ତ ବିକାଶ ର ଆଲୋକ ପହଞ୍ଚିନି? ଗ୍ରାମବାସୀଙ୍କ ଅନୁରୋଧ — ସରକାର ଓ ପ୍ରଶାସନ ଏଥି ପ୍ରତି ଗଭୀର ଭାବେ ଚିନ୍ତା କରି, ଶୀଘ୍ର ଅଭିଯାନ ଆରମ୍ଭ କରିବା ଦ୍ୱାରା ବିରିଡଙ୍ଗରୀକୁ ମୂଳ ସୂଯୋଗ ରେ ଆଣିବା ଦାୟିତ୍ୱ ଗ୍ରହଣ କରନ୍ତୁ।