Hot Posts

6/recent/ticker-posts

ମନ୍ଦିରରେ ଦାନ ହେଲା ଚୋରି ହୋଇଥିବା ୧.୫୧ କୋଟି ! ପୀଡ଼ିତଙ୍କୁ ଟଙ୍କା ଫେରାଇବାକୁ ମନା କଲା ମନ୍ଦିର ପ୍ରଶାସନ

ବେଙ୍ଗାଲୁରୁ, ୧୫ / ୫ :  – ଚୋରି ଘଟଣାର ଦୃଷ୍ଟିକୋଣ ବଦଳାଇଦେଇଛି ବେଙ୍ଗାଲୁରୁର ଏକ ଅବିଶ୍ୱସନୀୟ ଘଟଣା। ଯେଉଁଠି ଏବେ ଚୋର ଟଙ୍କା ନେଇ ଫେରାର ହେବା ପରେ ସେହି ଟଙ୍କା ମନ୍ଦିରକୁ ଦାନ କରି ଚଲିଗଲେ। ଅବାକ କଥା ହେଉଛି – ମନ୍ଦିର ପ୍ରଶାସନ ଏବେ ପ୍ରକୃତ ମାଲିକଙ୍କୁ ସେହି ଟଙ୍କା ଫେରାଇବାକୁ ଅସ୍ବୀକାର କରିଛି।
ମାମଲା ଅନୁଯାୟୀ, ମେ’ ୫ ତାରିଖରେ କୋଦଣ୍ଡରାମପୁରା ଅଞ୍ଚଳରେ ଏହି ଅପୂର୍ବ ଘଟଣା ଘଟିଛି। ୪୬ ବର୍ଷୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଜଣେ ତାଙ୍କ ବିଶ୍ୱସ୍ତ ଡ୍ରାଇଭର ରାଜେଶ ବିଏନଙ୍କୁ ୧.୫୧ କୋଟି ଟଙ୍କା ଥିବା ଏକ ବ୍ୟାଗ ଦେଇଥିଲେ। ୧୦ ବର୍ଷ ଧରି ସେ ତାଙ୍କ ସହ କାର୍ଯ୍ୟ କରୁଥିବାରୁ ବିଶ୍ୱାସ ଥିଲା। କିନ୍ତୁ ଡ୍ରାଇଭର ଟଙ୍କା ସହ ଗାଡ଼ି ନେଇ ଗାୟବ ହୋଇଯାଇଥିଲେ।
ପରେ ଅଭିଯୋଗ ମଧ୍ୟ ଦାଖଲ କରାଯିବା ସହିତ ପୁଲିସ ତଦନ୍ତ ଆରମ୍ଭ କରି ରାଜେଶଙ୍କୁ ଗିରଫ କରେ। ପଚରାଉଚରାରେ ସେ ଦୋଷ ସ୍ୱୀକାର କରି ଏହି ଟଙ୍କା ଗୋଟିଏ ମନ୍ଦିରକୁ ଦାନ କରିଦେଇଥିବା ଜଣାଇଥିଲେ। ପୁଲିସ ମନ୍ଦିର ପ୍ରଶାସନ ସହଯୋଗ ମାଗିଥିଲେ, କିନ୍ତୁ ପ୍ରଶାସନ ପ୍ରକୃତ ମାଲିକଙ୍କୁ ସେହି ଟଙ୍କା ଫେରାଇବାକୁ ଅସ୍ବୀକାର କରିଛି।
ଏଥିରୁ ସ୍ପଷ୍ଟ ହେଉଛି ଯେ, ଚୋରି କିମ୍ବା ଦାନ – ଦୁହିଁଥିରେ ଅସମାଞ୍ଜସ ସୃଷ୍ଟି ହେଲା ଏବଂ ଏହା ପ୍ରଶ୍ନ ଉଠାଉଛି – ଅନୈତିକ ରାସ୍ତାରେ ଆସିଥିବା ଧନ ମନ୍ଦିର ପାଇଁ ଧାର୍ମିକ ଭାବେ ଗ୍ରହଣଯୋଗ୍ୟ କି?