Hot Posts

6/recent/ticker-posts

କନ୍ଧମାଳରେ ରହସ୍ୟଜନକ ଭାବରେ ବନ୍ଦ ହେଲା ସରକାରୀ ବସ୍‌

କନ୍ଧମାଳରେ ରହସ୍ୟଜନକ ଭାବରେ ବନ୍ଦ ହେଲା ସରକାରୀ ବସ୍‌! ଏହା ପଛରେ କାହାର ହାତ ? ଦାରିଙ୍ଗବାଡ଼ି ଜନତା ପାଇଁ ଏକ ନୂଆ ଆଶା ଭାବେ ଆସିଥିଲା ସରକାରୀ ବସ୍‌ (OSRTC) — କଟକଠାରୁ ଦାରିଙ୍ଗବାଡ଼ି ପର୍ଯ୍ୟନ୍ତ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ସହିତ ଯାତ୍ରା କରାଯିବା ଯୋଜନା ମାତ୍ର ୨ ଦିନ ଚାଲି ହଠାତ ବନ୍ଦ ହୋଇଗଲା। ଏହି ଅସ୍ପଷ୍ଟ ବନ୍ଦ ପଛରେ କାହାର ନିର୍ଦ୍ଦେଶ ରହିଛି? କିଏ ଏହି ଯୋଜନାକୁ ଧ୍ୱଂସ କରିବାକୁ ଚେଷ୍ଟା କଲା? — ଏହା ଏବେ ଅତ୍ୟନ୍ତ ଚର୍ଚ୍ଚାର ବିଷୟ। ସରକାରୀ ବସ୍‌ ଚଳାଚଳ ଆରମ୍ଭ ହେବା ପରେ ସାଧାରଣ ଲୋକ ଘରୋଇ ବସ୍‌ ଭଡ଼ା ଠାରୁ ମୁକ୍ତି ପାଇଥିଲେ, କିନ୍ତୁ ଏବେ ତେବେ ସେହି ଘରୋଇ ବସ୍‌ ଉପରେ ପୁଣି ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ତର୍ନିହିତ ଚାପ ଓ ଲାଭ ହାନିର ଖେଳ କାହିଁକି ଚାଲିଛି? ଏହି ପଛରେ କିଏ ଅସନ୍ତୁଷ୍ଟ? ପରିବହନ ଅଧିକାରୀ ଶ୍ରୀନିବାସ ପାଣିଗ୍ରାହୀ କହିଛନ୍ତି — ଉପରୁ ନିର୍ଦ୍ଦେଶ ଆସିଥିଲା ବନ୍ଦ କରିବା ପାଇଁ, କିନ୍ତୁ କିଏ ଦେଲେ ଏହି ଆଦେଶ? — ସେ ଖୋଲି କହିନାହାନ୍ତି ବୋଲି ଖବର ମିଳିଛି ।