ଆତଙ୍କବାଦୀ ଙ୍କ ସହଯୋଗୀ ନାଳ କୁ ଡେଇଁପଡ଼ି ମୃତ
ପହଲଗାମର ଆତଙ୍କବାଦୀ ଆକ୍ରମଣ ପରେ ଆଉ ଏକ ଚଞ୍ଚଳ ଘଟଣା କୁଲଗାମ ଜିଲ୍ଲାର ଟାଙ୍ଗମାର୍ଗରୁ ଆସିଛି, ଯେଉଁଠାରେ ୨୩ ବର୍ଷୀୟ ଇମତିଆଜ ଅହମ୍ମଦ ମାଗ୍ରେ ନାଳକୁ ଡେଇଁପଡ଼ି ଜୀବନ ହରାଇଛନ୍ତି। ସେ ଏକ ଆତଙ୍କବାଦୀ ଗ୍ୟାଙ୍ଗ୍ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପଠାଇଥିବା ଦାବି କରିଛନ୍ତି ପୋଲିସ । ସୁରକ୍ଷା ବାହିନୀ ତାଙ୍କୁ ଆତଙ୍କବାଦୀ ଆଡ୍ଡାକୁ ନେଉଥିବାବେଳେ, ସେ ଖସି ନଦୀରେ ଡେଇଁପଡ଼ିଥିଲେ ଏବଂ ଉଦ୍ଧାର ପୂର୍ବରୁ ଭାସି ଯାଇଥିଲେ। ଏହି ଘଟଣା ଭିଡିଓ ରୂପେ ସାମ୍ନାକୁ ଆସି ଚମକ ସୃଷ୍ଟି କରିଛି। ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି, ଏନସି ସାଂସଦ ଆଗା ରୁହୁଲ୍ଲା ମେହଦି ଓ ମନ୍ତ୍ରୀ ସକିନା ଇଟୁ ଏହାକୁ ସନ୍ଦେହଜନକ ବୋଲି ତଦନ୍ତ ଦାବି କରିଛନ୍ତି। ଏହି ମୃତ୍ୟୁ ଏକ ଦୁର୍ନିତିର ଫଳ ବୋଲି ଅଭିଯୋଗ ହେଉଛି ବୋଲି ଖବର ମିଳିଛି ।