ଖୁବ ଶୀଘ୍ର ଘୋଷଣା ହେବ ଭାଜପା ସଭାପତି ନାମ
ଓଡ଼ିଶାରେ ଭାଜପା ସଭାପତି ନିଯୁକ୍ତି ନେଇ ଅପେକ୍ଷାର ଘଡ଼ି ଟିକ୍-ଟିକ୍ କରୁଛି। ଏନେଇ ରାଜନୈତିକ ଅନ୍ତର୍ଗତ ଖେଳ ଚରମ ସୀମାକୁ ପହଁଚିଛି। ଏହି ରେସରେ କିଏ ଆଗରେ, କିଏ ପଛରେ — ସେଥି ପ୍ରଶ୍ନ ଏବେ ଗରମାଗରମ ଚର୍ଚ୍ଚା ଚାଲିଛି । ଏହି ପ୍ରସଙ୍ଗରେ ବିଧାୟକ ସରୋଜ ପ୍ରଧାନଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି — "ସରକାରଙ୍କ ବର୍ଷ ପୂର୍ତ୍ତି ପୂର୍ବରୁ ଭାଜପା ରାଜ୍ୟ ସଭାପତିଙ୍କ ନାମ ଘୋଷଣା ହେବ।" ଏହା ସହିତ, ସମସ୍ତ ନିଗମ ଓ ବୋର୍ଡ ଗଠନ ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି — ମନ୍ତ୍ରୀମଣ୍ଡଳର ବର୍ଷ ପୂର୍ତ୍ତି ପୂର୍ବରୁ ସମସ୍ତ ଯୋଗ୍ୟ ଲୋକଙ୍କୁ ଦାୟିତ୍ୱ ମିଳିବ। ସଂସଦୀୟ ବୋର୍ଡ ତରଫରୁ ମଧ୍ୟ ଖୁବ ଶୀଘ୍ର ଘୋଷଣା ଆସିପାରେ ବୋଲି ଖବର ମିଳିଛି