Hot Posts

6/recent/ticker-posts

ନରେନ୍ଦ୍ର ମୋଦି ଙ୍କୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ

ପହଲଗାମ ଆତଙ୍କି ହମଲା ପଛରେ ଥିଲା ମୋଦୀଙ୍କୁ ଟାର୍ଗେଟ କରିଥିବା ଯୋଜନା! ଗୁପ୍ତଚର ସୂଚନା ରେ ଚାଞ୍ଚଲ୍ୟକର ଖୁଲାସା! ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜମ୍ମୁ-କଶ୍ମୀର ଗସ୍ତ ସମୟରେ ବଡ଼ ହମଲା ପାଇଁ ପ୍ଲାନ କରୁଥିଲେ। ମୋଦୀଙ୍କ ୧୯ ଏପ୍ରିଲର ବନ୍ଦେ ଭାରତ ଟ୍ରେନ ଉଦଘାଟନ କାର୍ଯ୍ୟକ୍ରମ ଶେଷ ମୁହୂର୍ତ୍ତରେ ସ୍ଥଗିତ ହେବା ଯୋଗୁଁ ଆତଙ୍କବାଦୀମାନେ ପ୍ଲାନ ବଦଳାଇ ନିରୀହ ପର୍ଯ୍ୟଟକଙ୍କୁ ଟାର୍ଗେଟ କଲେ। ଏହି ନୃଶଂସ ହମଲା ପଛରେ ପାକିସ୍ତାନର ISI ଏବଂ ଲସ୍କର-ଏ-ତୋଇବା ନାମ ଆସିଛି। NIA ତଦନ୍ତରୁ ଜଣାପଡିଛି ଯେ, ଆତଙ୍କବାଦୀମାନେ ପୂର୍ବରୁ ଯୋଜନା କରିଥିଲେ ଓ ତାଙ୍କ ମଧ୍ୟରୁ ୨ ଜଣ ପାକିସ୍ତାନୀ ଏବଂ ୨ ଜଣ ସ୍ଥାନୀୟ ଥିଲେ। ଆତଙ୍କ ର ଖତରା ମଧ୍ୟ ପୂର୍ବରୁ ସୂଚନା ରେ ଥିଲା, କିନ୍ତୁ ସଠିକ ଅବସ୍ଥିତି ଅଜଣା ଥିବାରୁ ଏହାକୁ ରୋକିପାରିଲେନି ବୋଲି ଖବର ମିଳିଛି ।