ଆଇନମନ୍ତ୍ରୀଙ୍କ କଡ଼ା ଚେତାବନୀ
ଦୀଘା ଜଗନ୍ନାଥ ଧାମ ବିବାଦ ଉପରେ ଆଇନମନ୍ତ୍ରୀଙ୍କ କଡ଼ା ଚେତାବନୀ! ଆବଶ୍ୟକ ପଡିଲେ ନିଆଯିବ ଆଇନର ଆଶ୍ରୟ! ସୋମବାର ଭୁବନେଶ୍ବରରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରକୋଷ୍ଠରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା, ଯାହାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ ଖବରଦାତା ସମ୍ମିଳନୀରେ ଆଇନମନ୍ତ୍ରୀ କଡ଼ା ଶବ୍ଦରେ କହିଦେଲେ — “ଧାମ ଶବ୍ଦ କେବଳ ପୁରୀ, ବୃନ୍ଦାବନ, ଦ୍ୱାରକା ଓ ବଦ୍ରୀନାଥ ପାଇଁ ନିର୍ଦ୍ଧାରିତ। ଦୀଘାକୁ ଧାମ ବୋଲି କୁହାଯିବ ନାହିଁ!” ପଶ୍ଚିମବଙ୍ଗ ସରକାରକୁ ଚିଠି ଲେଖାଯିବ, ଏବଂ ନ ମାନିଲେ ଆଇନି ପଥ ଅବଲମ୍ବନ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ସେଠି ଥିଲା ଆଉ ଏକ ଖଣ୍ଡନ—ଦୀଘାରେ ତିଆରି ହେଉଥିବା ମୂର୍ତ୍ତି ବଳକା ଦାରୁରେ ନୁହେଁ, ସେହି ଖବର ମିଥ୍ୟା। ଆଲୋଚନା ପରେ ଏହା ଖୋଲାସା ହୋଇଛି ବୋଲି ଖବର ମିଳିଛି !