ଷ୍ଟେଜ ଉପରେ ପୋଲିସ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଚାପୁଡ଼ା ମାଡ଼
ଷ୍ଟେଜ ଉପରେ ପୋଲିସ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଚାପୁଡ଼ା ମାଡ଼ ! ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଜନସଭା ମଞ୍ଚରେ ଜଣେ ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରୁଥିବା ର ଭିଡିଓ ଭାଇରାଲ ହେଉଛି ! ଏହି ଦୃଶ୍ୟ ସୋସିଆଲ ମିଡିଆରେ ବିଜୁଳି ବେଗରେ ଗତି କରୁଛି । ୨୮ ଏପ୍ରିଲରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ, ସିଦ୍ଧରମୈୟା ମଞ୍ଚ ଉପରେ ଉପସ୍ଥିତ ଥିବା ଜଣେ ପୋଲିସ କର୍ମଚାରୀକୁ ଡାକି ରାଗରେ ହାତ ଉଠାଇଥିବା ଦୃଶ୍ୟ ରେକର୍ଡ ହୋଇଛି। ଏଥିରେ ସେ ଚିତ୍କାର କରି କହୁଛନ୍ତି - "ଏ ପୋଲିସ, ଏଠାକୁ ଆ, SP କିଏ?" ଭିଡିଓ ଭାଇରାଲ ହେବା ସହିତ ଭାଜପା ଓ ଅନ୍ୟ ବିରୋଧୀ ଦଳମାନେ ସିଦ୍ଧରମୈୟାଙ୍କ ଉପରେ ଚଢ଼ାଉ କରିଛନ୍ତି, ତାଙ୍କ ଆଚରଣକୁ "ଅହଂକାରୀ" ଓ "ଅସଂଯମୀ" ଆଖ୍ୟା ଦେଇଛନ୍ତି ବୋଲି ଖବର ମିଳିଛି