ନବ ଦାସଙ୍କ ହତ୍ୟା ମାମଲାର ଅନ୍ତିମ ରିପୋର୍ଟ ଖୁବ୍ଶୀଘ୍ର
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଅନ୍ତିମ ରିପୋର୍ଟ ଖୁବ୍ଶୀଘ୍ର ଦାଖଲ ହେବାକୁ ଯାଉଛି! କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି ଯେ ତଦନ୍ତ ଅନ୍ତିମ ଚରଣରେ ପହଞ୍ଚିଛି। ପୋଲିସ ଏଏସ୍ଆଇ ଗୋପାଳ ଦାସଙ୍କ ବ୍ରହ୍ମପୁରସ୍ଥିତ ବାସଭବନରେ ଆଚମ୍ଭା ତଳାଶ ଓ ସ୍ତ୍ରୀ ଜୟନ୍ତୀ ଦାସଙ୍କ ବୟାନ ରେକର୍ଡ ହୋଇଛି। ଏ ପର୍ଯ୍ୟନ୍ତ ୧୧ଜଣଙ୍କ ବୟାନ ନିଆଯାଇଛି, ଏବଂ ଗୋପାଳଙ୍କ କଲ୍ ଡିଟେଲ ରେକର୍ଡ ଆଧାରରେ ଆଉ ଅନେକଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି