କଳାହାଣ୍ଡି, ୦୧/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକର ବିଜେପୁର ପଞ୍ଚାୟତ ଠାରେ ଜଗତ ଜନନୀ ମାଁ କନକ ଦୁର୍ଗାଙ୍କ ପ୍ରସିଦ୍ଧ ଝାମୁଯାତ୍ର ପାରମ୍ପରିକ ରୀତିନୀତି ଓ ଧାର୍ମିକ ଭାବାବେଗ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ମାଁଙ୍କ ଏହି ପ୍ରସିଦ୍ଧ ଯାତ୍ରାକୁ ନେଇ ବିଜେପୁର ସମେତ ଆଖପାଖ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ଭକ୍ତିମୟ ପରିବେଶ ଲାଗିରହିଥିଲା । ଏହି ମଁI କନକ ଦୁର୍ଗା ଙ୍କ ଝାମୁଯାତ୍ର କୁ ପାଖ ପଡୋଶୀ ରାୟଗଡା ଜିଲ୍ଲାରୁ ବୋହୁ ଶ୍ରଦ୍ଧାଳୁ ଆସି ଯୋଗ ଦେଇ ମଁI ଙ୍କ ଦର୍ଶନ କରିଥିଲେ I ମାଁ କନକ ଦୁର୍ଗାଙ୍କ ଦର୍ଶନ ଓ ଆଶୀର୍ବାଦ ପାଇବା ପାଇଁ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଯାତ୍ରା ଅବସରରେ ମାଁ କନକ ଦୁର୍ଗାଙ୍କ ପୂଜାର୍ଚ୍ଚନା ନିର୍ଦ୍ଧାରିତ ପରମ୍ପରା ଓ ବିଧିବିଧାନ ଅନୁଯାୟୀ ସମ୍ପନ୍ନ ହୋଇଥିଲା । ମାଁ ଙ୍କ ଦର୍ଶନ ପାଇଁ ଭକ୍ତମାନେ ମନ୍ଦିର ପରିସରରେ ଏକତ୍ରିତ ହୋଇଥିଲେ । ଧୂପ, ଦୀପ, ନୈବେଦ୍ୟ ଘଣ୍ଟଘଣ୍ଟା ଓ ପୂଜା ଅର୍ଚ୍ଚନା ରେ ମନ୍ଦିର ପରିସର ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଥିଲା I ଶ୍ରଦ୍ଧାଳୁମାନେ ମାଁ ଙ୍କ ନିକଟରେ ପୂଜା ଦେବା ସହ ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ I ମାଁ କନକ ଦୁର୍ଗାଙ୍କ ଏହି ଝାମୁଯାତ୍ର ବିଜେପୁର ଅଞ୍ଚଳର ଏକ ପ୍ରମୁଖ ଧାର୍ମିକ ପରମ୍ପରା ଭାବେ ଦୀର୍ଘବର୍ଷ ଧରି ପାଳିତ ହୋଇଆସୁଛି I ଏହି ଯାତ୍ରା କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ସ୍ଥାନୀୟ ଲୋକଙ୍କ ପାରମ୍ପରିକ ବିଶ୍ୱାସ ଓ ସାଂସ୍କୃତିକ ଜୀବନ ସହ ମଧ୍ୟ ଜଡ଼ିତ I ପ୍ରତିବର୍ଷ ଝାମୁଯାତ୍ରକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଶେଷ ଉତ୍ସାହ ଓ ଆଗ୍ରହ ପରିଲକ୍ଷିତ ହୋଇଥାଏ I ଯାତ୍ରା ଅବସରରେ ମନ୍ଦିର ପରିସର ଓ ଏହାର ଆଖପାଖ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା I ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ମାଁ ଙ୍କ ଦର୍ଶନ କରିବା ସହ ଯାତ୍ରାର ଧାର୍ମିକ ପରମ୍ପରାରେ ସାମିଲ ହୋଇଥିଲେ I ଯାତ୍ରାକୁ କେନ୍ଦ୍ର କରି ଅଞ୍ଚଳରେ ଉତ୍ସବମୁଖର ପରିବେଶ ରହିଥିବା ବେଳେ ପାର୍ବତୀ ପୁଝାରୀ,ଚନ୍ଦ୍ରଶେଖର ବାହୁକ, ପବିତ୍ର ବାହୁକ ପୂଜା ଅର୍ଚ୍ଚନାରେ ସହଯୋଗ କରିଥିଲେ l ଅନ୍ୟପକ୍ଷରେ ଝାମୁଯାତ୍ରକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ବିଜେପୁର ପୋଲିସ ଓ ଆୟୋଜକ ମାଁ କନକ ଦୁର୍ଗା ସାଂସ୍କୃତିକ ଅନୁଷ୍ଠାନ ସଭାପତି ପରୀକ୍ଷିତ ନାଏକ, ବରୁଣ ନାଏକ, ରାଜେଶ ନାଏକ, ଟିକା ମାଝୀ, ରଞ୍ଜିତ ନାଏକ, ଜଗତ ନାଏକ, କାର୍ତ୍ତିକ ନାଏକ, ପ୍ରହ୍ଲାଦ ବାଗ, ପୂର୍ଣଚନ୍ଦ୍ର ପ୍ରଧାନୀ, ଟୁନା ରାଉତ, ଜଳନ୍ଧର ଧଙ୍ଗଡା ମାଝୀ ପ୍ରମୁଖ ସହଯୋଗ କରିଥିଲେ l ଯାତ୍ରାରେ ଯୋଗଦେଇଥିବା ଶ୍ରଦ୍ଧାଳୁମାନେ ମାଁ କନକ ଦୁର୍ଗାଙ୍କ ଦର୍ଶନ କରି ଆଧ୍ୟାତ୍ମିକ ଅନୁଭୂତି ଲାଭ କରି ଥିଲେ l
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

