ତେରେସିଂହା ଠାରେ ଭାଗବତ ଜନ୍ମ ପାଳିତ
କର୍ଲାମୁଣ୍ଡା, ୨୬/୦୯ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀମଦ୍ ଭାଗବତ ଜନ୍ମ ମହାସମାରୋହରେ ଆଜି ପାଳିତ ହୋଇ ଯାଇଛି। ପ୍ରତି ବର୍ଷ ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରେ ଏହି ପବିତ୍ର ଭାଗବତ ଜନ୍ମ ପାଳିତ ହୋଇଥାଏ। ଏଥିରେ ସୁବିନ୍ଦ୍ର ରଣା ଓ ତାଙ୍କ ଧର୍ମପତ୍ନୀ ଚିନାମାଳି ରଣା କର୍ତ୍ତା ଦାୟିତ୍ୱ ତୁଳାଇ ଥିବା ବେଳେ ମନ୍ଦିର ପୂଜକ ଡୋଳାମଣୀ ପଣ୍ଡିଆ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଅବସରରେ ପ୍ରବଚକ ଦୁଃଶାସନ ଭୋଇ, ରୁଦ୍ର ଭୋଇ, ମୁରଲିଧର ରଣା, ଯୋଗେଶ୍ୱର ମାଝୀ, ସୁରଥ ବଗର୍ତ୍ତୀ, ଦାମ୍ବୋଦର ରଣା, ଧ୍ୱଜ ରଣା ଙ୍କ ସମେତ ଅନେକ ପୁରୁଷ ଓ ମହିଳା ଭକ୍ତ ଅଂଶ ଗ୍ରହଣ କରିଥିଲେ। ସେହିପରି କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରୀମଦ୍ ଭାଗବତ ଜନ୍ମ ଜୟନ୍ତୀ ଆନନ୍ଦଉଲ୍ଲାସର ସହିତ ପାଳିତ ହୋଇ ଯାଇଛି।