Hot Posts

6/recent/ticker-posts

ରଙ୍କାବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକେଇଲେ ଛାତ୍ରଛାତ୍ରୀ ଓ ଅବିଭାବକ I

କଳାହାଣ୍ଡି, ୦୧/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ରଙ୍କବାହାଲ ଗ୍ରାମରେ ଆଜି ଗୁରୁବାର ଶିକ୍ଷକ ବଦଳି ବାତିଲ ସହ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ରଙ୍କବାହାଲ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି I ଅଭିଭାବକଙ୍କ ଅଭିଯୋଗ ଅନୁସାରେ, ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୪୦ ଜଣ ଛାତ୍ରଛାତ୍ରୀ ପଡ଼ିଥାନ୍ତି । ହେଲେ ସେମାନଙ୍କ ପାଇଁ ମାତ୍ର ୩ ଜଣ ଶିକ୍ଷକ ରହିଛନ୍ତି,ଏଭଳି ସ୍ଥିତିରେ ଜଣେ ଶିକ୍ଷକଙ୍କ ବଦଳି ହେବାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି I ଶିକ୍ଷକ ଅଭାବ ଯୋଗୁଁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହେଉଥିବା ଅଭିଯୋଗ କରି ଅଭିଭାବକମାନେ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଫାଟକ ସମ୍ମୁଖରେ ବାହାରେ ବସି ପ୍ରତିବାଦ କରିଥିଲେ I ଶିକ୍ଷକଙ୍କ ବଦଳି ବାତିଲ ସହ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅଭିଭାବକମାନେ ଦାବି କରିଛନ୍ତି I ଏନେଇ ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି, ତାହା ଉପରେ ଦେଖିବାକୁ ବାକି ରହିଲା I



କଳାହାଣ୍ଡି ଜିଲ୍ଲା,ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ