ସିନାପାଲି ବ୍ଲକ ପଂଚାୟତ ଉନ୍ନୟନ ଯୋଜନା ୨୦୨୬-୨୭ ପ୍ରସ୍ତୁତି ଓ ଅନୁମୋଦନରେ ବ୍ୟାପକ ଅନିୟମିତତା
ନୂଆପଡ଼ା, ୦୧/୧୦ ( ପରମେଶ୍ୱର ମେହେର ) : ସଦ୍ୟ ପ୍ରକାଶିତ ସିନାପାଲି ବ୍ଲକ ପଂଚାୟତ ଉନ୍ନୟନ ଯୋଜନା ୨0୨୬-୨୭ ପ୍ରସ୍ତୁତି ଓ ଅନୁମୋଦନରେ ବ୍ୟାପକ ଅନିୟମିତତାକ, ପାତର ଅନ୍ତର ଓ ପ୍ରିୟା ପ୍ରୀତି ନୀତି ଅବଲମ୍ବନ ହୋଇ ଥୁବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିନାପାଲିଙ୍କ ଜରିଆରେ ଜିଲ୍ଲାପାଳ ନୂଆପଡାଙ୍କ ଠାରେ ଅଭିଯୋଗ ହୋଇଅଛି। ସରକାରଙ୍କ ନିର୍ଦେଶ କ୍ରମେ ସମସ୍ତ ସମିତି ସଭ୍ୟା- ସଭ୍ୟାଂକଠାରୁ ଯୋଜନାର ପ୍ରସ୍ତୁତି ପାଇଁ ନିଜ ନିଜ ପଂଚାୟତର ପ୍ରକଳ୍ପ ତାଲିକା ଆହ୍ୱାନ କରାଯାଇଥିଲା। ତଦନୁକ୍ରମେ ସମସ୍ତ ସମିତି ସଭ୍ୟା - ସଭ୍ୟ ନିଜ ପଂଚାୟତର ଅତ୍ୟାବଶ୍ୟକ ଏବଂ ଜନସାଧାରଣଙ୍କ ଉପଯୋଗୀ ପ୍ରକଳ୍ପ ପ୍ରସ୍ତାବମାନ ଗୋଷ୍ଠୀ -ଉନ୍ନୟନ ଅଧିକାରୀ ସିନାପାଲିଙ୍କଠାରେ ଦାଖଲ କରିଥିଲେ। କିନ୍ତୁ,ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ଜନପ୍ରତିନିଧିଙ୍କଦ୍ୱାରା ଆଗତ ପ୍ରକଳ୍ପକୁ ପ୍ରସ୍ତବାକୁ ଆଗ୍ରହ୍ୟ କରି ନିଜ ବ୍ୟକ୍ତିଗତ ସ୍ୱାର୍ଥ ସମ୍ବଳିତ ଆଧାରରେ ଠିକାଦାର ଓ ମଧ୍ୟସ୍ଥି ତୃଷ୍ଟି କରଣ ଉଦେଶ୍ୟ ରଖି ପ୍ରକଳ୍ପ ଅନୁମୋଦନ କରାଯାଇଥିବା ଅଭିଯୋଗ ହେଉଅଛି । ଗୋଷ୍ଟୀ-ଉନ୍ନୟନ ଅଧିକାରୀ, ସିନାପାଲି ଙ୍କ ଅଫିସ ପ୍ରକୋଷ୍ଠରେ ରୁଦ୍ଧଦ୍ୱାରା ବୈଠରେ ପଂଚାୟତ ସମିତି ଅଧ୍ୟକ୍ଷ୍ୟାଙ୍କ ସ୍ୱାମୀ ଓ ଜୈନେକ ବ୍ୟକ୍ତିଙ୍କ ସହାୟତାରେ ପ୍ରକଳ୍ପ ପ୍ରସ୍ତୁତି କରାଯାଇଥିବା ଅଭିଯୋଗ ହେଉଅଛି । ପ୍ରକାଶ ଯୋଗ୍ୟ ଯେ ଜନ ସଂଖ୍ୟା ଅନୁପାତରେ ବୃହତ ଜନସଂଖ୍ୟା ଭିତିକ ଗ୍ରାମ ପଚାୟତ ଗୁଡିକୁ କମ ଆବଣ୍ଟନ ଦେଇ ଅଧ୍ୟକ୍ଷ୍ୟା ଓ ଉପାଧ୍ୟକ୍ଷ୍ୟାଙ୍କ କମ ଜନସଂଖ୍ୟା ବିଶିଷ୍ଟ ଗ୍ରାମ ପଂଚାୟତଗୁଡିକୁ ଅର୍ଥ ତୋଶରପାତ ଅଭିଶନ୍ଧି ରଖି ଅଧିକ ଅର୍ଥରାଶି ଆବଣ୍ଟନ କରାଯାଇଅଛି। ବିଗତ ବର୍ଷମାନଙ୍କରେ ଏପରି ତ୍ରୁଟି ବିଚ୍ୟୁତି ଜିଲ୍ଲାପାଳଙ୍କୁ ଅବଗତ କରାଯାଇଅଛି। ଏହିପରି ତ୍ରୁଟିର ପୁନରାବୃତ୍ତି ନହେବାର ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ଗୋଷ୍ଠୀ - ଉନ୍ନୟନ ଅଧିକାରୀ ଖିଲାପ କରିଅଛନ୍ତି -ଯାହାକି ତାଙ୍କ ଦାଇତ୍ୱ ହୀନତା, ସରକାରୀ କାର୍ଯ୍ୟ ଅନୁପାଳନରେ ଘୋର ଅବହେଳା ଓ ଜନସାଧାରଣଙ୍କ ସହ ସମ୍ମନୟର ଅଭାବ ପ୍ରତିପାଦିତ ହୋଇଥିବା ସମିତି ସଂଘ ସଭାପତି ଶ୍ରୀ ମନୀଷ କୁମାର ପଟେଲ କହିଛନ୍ତି, କେତେକ ନିର୍ଦ୍ଧିଷ୍ଟ ଗ୍ରାମ ପଂଚାୟତକୁ କ୍ରମାଗତଭାବେ ଆକ୍ରୋଶ ମୂଳକ ଭାବେ ଉପେକ୍ଷ୍ୟା କରିବା ଅତ୍ୟନ୍ତ ବିଡମ୍ବନାର ବିଷୟ ବୋଲି ସେ କ୍ଷ୍ୟୋବ ପ୍ରକାଶ କରିଅଛନ୍ତି। ବେନିୟମ ଭାବେ ପାରିତ ବ୍ଲକ ପଂଚାୟତ ଉନ୍ନୟନ ଯୋଜନା ୨0୨୬-୨୭ କୁ ପ୍ରତ୍ୟାହାର କରାଯାଇ ସମସ୍ତ ସଭ୍ୟା - ସଭ୍ୟଙ୍କ ପ୍ରତ୍ୟକ୍ଷ୍ୟ ସହମତି ଓ ସହଭାଗିତାରେ ଯୋଜନା ପୁନର୍ବାର ପ୍ରସ୍ତୁତି ଏବଂ ଅନୁମୋଦନ କରାଯିବ ପାଇଁ ସେ ଦୃଢ ଦାବି କରିଅଛନ୍ତି। ଯଦି ଜିଲ୍ଲା ପ୍ରଶାସନ ଜନ ପ୍ରତିନିଧିଙ୍କ ନ୍ୟାଯ୍ୟ ଦାବି ଉପରେ ଉପଯୁକ୍ତ ପଦକ୍ଷେପ ନ ନିଅନ୍ତି ତେବେ ଅଦାଲତର ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି। ଜନସାଧାରଣଙ୍କ ବୃହତ ସ୍ୱାର୍ଥ ସମ୍ବଳିତ ସମ୍ବେଦନ ଶୀଳ ପ୍ରସଙ୍ଗ ଉପରେ ଜିଲ୍ଲାପାଳ କି ପଦକ୍ଷେପ ନେଉଛନ୍ତି ଅପେକ୍ଷ୍ୟା ରହିଲା।