ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ସେବା ସଂକଳ୍ପ ଅଭିଯାନ ନେଇ ସେବା ସେତୁ ଶିବିର ଅନୁଷ୍ଠିତ ହୋଇଯାଇଅଛି
ନୂଆପଡ଼ା, ୦୭/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ସେବା ସଂକଳ୍ପ ଅଭିଯାନ ନେଇ ସେବା ସେତୁ ଶିବିର ଅନୁଷ୍ଠିତ ହୋଇଯାଇଅଛି। ବିଭିନ୍ନ ବିଭାଗୀୟ ଅଧିକାରୀ ଷ୍ଟଲ ରେ ଯୋଗ ଦେଇ ନାଗରିକଙ୍କ ସୁବିଧା ଏବଂ ସରକାରଙ୍କ ଯୋଜନା ର ସୁଫଳ ନେବାକୁ ଆହ୍ୱାନ କରିଛନ୍ତି। ସେବା ସେତୁ ଶିବିର ରେ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ମୁଖ୍ୟ ତିଥି ରୂପେ ଯୋଗ ଦେଇଥିବା ବେଳେ ସେବା, ସୁଶାସନ ନାଗରିକଙ୍କୁ ସାମିଲ କରି ଯୋଜନା ସୁଫଳ ନେବା ପାଇଁ ସଂକଳ୍ପ ଉପରେ ଗୁରୁତ୍ବ ଦେଇଥିଲେ। ସଭାରେ ଏବିଡିଓ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା, ମାଲ୍ୟବନ୍ତ ସୁନା, ସାଂସଦ ପ୍ରତିନିଧି ସଂଜୟ ତିୱାରୀ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ସିଡ଼ିପିଓ ଏବଂ ଅତିରିକ୍ତ ଶ୍ରମ ଅଧିକାରୀ ନିଖିଲ ଅଗ୍ରୱାଲ ଯୋଗ ଦେଇଥିଲେ। ସଭାରେ ସମସ୍ତ ବିଭାଗର ଗୋଟିଏ ଲେଖାଏଁ ଷ୍ଟଲ୍ ଲାଗି ହିତାଧିକାରୀଙ୍କୁ ସେବା ପ୍ରଦାନ ପାଇଙ୍କର୍ଯ୍ୟ କରିଥିଲେ।