ବ୍ଲକସ୍ତରୀୟ ସେବା ସେତୁ ଶିବିର
ଲଇକେରା, ୦୬/୧୦ ( ନବଦୂତ ) : ଝାରସୁଗୁଡା କିର୍ମିରା ବ୍ଲକ କାଦୋବାହାଲ ରେ ବ୍ଲକସ୍ତରୀୟ ସେବା ସେତୁ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସେବାସେତୁ ଶିବିରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୂଖ୍ୟଅତିଥି ଭାବରେ ଯୋଗଦେଇ ଶିବିର ଉଦଘାଟନ କରି ସରକାରଙ୍କ ବିଭିନ୍ନ ପ୍ରକାର ଜନକଲ୍ୟାଣ ମୂଳକ ଯୋଜନା ଓ ସେବା ସମ୍ପର୍କରେ ଜନସାଧାରଣ ଙ୍କୁ ଅବଗତ କରିଥିଲେ ।ଶିବିର ରେ ବ୍ଲକର ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଶିଶୁ କଲ୍ୟାଣ, ଗ୍ରାମୀଣ ଆବାସ, ଶ୍ରମ, ସୁଭଦ୍ରା ଯୋଜନା, ସାମାଜିକ ସୁ୍ରକ୍ଷା, ପ୍ରାଣୀ ସମ୍ପଦ, ଜୀବିକା ମିଶନ,ପାନୀୟ ଜଳ ବିଭାଗ ଶିବିରରେ ପ୍ରଦର୍ଶନୀ ମେଳା ଲଗାଇ ଜନସାଧାରଣଙ୍କୁ ସଚେତନ କରି ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିଥିଲେ । କାର୍ଯ୍ୟକ୍ରମରେ ବିଡିଓ ଅବିନାଶ ଲାକ୍ରା, ତହସିଲଦାର ସଞ୍ଜିବ କୁଲୁ, ସ୍ୱାସ୍ଥ୍ୟ ଅଧିକାରୀ ଘନଶ୍ୟାମ ସୁରେନ, ଉପାଧ୍ୟକ୍ଷା ସାବିତ୍ରୀ ମାଝୀ, ସରପଞ୍ଚ ରାଧାରାଣୀ ସା, ସନ୍ତୋଷିନୀ ପଟେଲ, ସମିତି ସଭ୍ୟ କୃଷ୍ଣଚନ୍ଦ୍ର ପ୍ରଧାନ, ବ୍ଳକ ବିଜେପି ସଭାପତି ଉର୍ଦ୍ଧବ ସିଂହ ନାଏକ ମଞ୍ଚାସୀନ ଥିଲେ । ଏହି ଅବସରରେ ହିତାଧିକାରୀ ମାନଙ୍କୁ ଶ୍ରମ କାର୍ଡ, ଆବାସ ଘର,ସ୍ୱୟଂ ସହାୟିକାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାର ସହିତ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ବିପିସି ଚାନ୍ଦାନୀ ବେହେରା ମଞ୍ଚ ପରିଚାଳନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଏବିଡିଓ ଖିଲେଶ୍ୱରୀ କାଲୋ, ବିଏଲଓ ଆଶୁତୋଷ ଦାସ, ମିଶନ ଶକ୍ତି ବିପିସି ଅନୁପମା ମିଞ୍ଜ, କୃଷି ଅଧିକାରୀ ସିମା ଚୈାଧୁରୀ, ବ୍ଲକ ଶ୍ରମ ଅଧିକାରୀ ଦିପକ ଏକ୍କା ସମେତ ସମସ୍ତ ବିଭାଗର ପଦାଧିକାରୀମାନେ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।